ବାତ୍ୟାର ୧୩ ଦିନ ପରେ ଝଲସିଲା ପୁରୀ ବଡ଼ଦାଣ୍ଡ

ପୁରୀ(କେନ୍ୟୁଜ୍) : ବାତ୍ୟାର ୧୩ ଦିନ ପରେ ଝଲସିଲା ପୁରୀ ବଡ଼ଦାଣ୍ଡ । ଜଳିଲା ଷ୍ଟ୍ରିଟ୍‌ ଲାଇଟ୍‌ । ସେହିପରି ଶ୍ରୀମନ୍ଦିର ଓ ସରକାରୀ ଅଫିସକୁ ବି ଦିଆଯାଇଛି ବିଦ୍ୟୁତ ସଂଯୋଗ । ସହରର ଅନ୍ୟ ସମସ୍ତ ଅଞ୍ଚଳକୁ ସପ୍ତାହେ ଭିତରେ ବିଦ୍ୟୁତ ସେବା ମିଳିବ । ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ପୁନରୁଦ୍ଧାର କାମ ଚାଲିଛି । ନିୟୋଜିତ ଅଛନ୍ତି ୧୦ ହଜାର କର୍ମଚାରୀ ।

ସେହିପରି ପୁରୀ ଜିଲ୍ଲାରେ ୭ ଲକ୍ଷରୁ ଅଧିକ ଲୋକଙ୍କୁ ଯୋଗାଇ ଦିଆଯାଉଛି ରନ୍ଧା ଖାଦ୍ୟ । ୩ ଲକ୍ଷ ୧୪ ହଜାର ପରିବାରକୁ ଚାଉଳ ଓ ୩ ଲକ୍ଷ ୨୪ ହଜାର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପୁରୀକୁ ସଂଯୋଗ କରୁଥିବା ସବୁ ଗ୍ରାମାଞ୍ଚଳ ରାସ୍ତାର ପୁନରୁଦ୍ଧାର କାମ ସରିଛି । ୧୬୮ଟି ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହୋଇଥିବା ବେଳେ ୬୯ଟି ଏଟିଏମ୍‌ ଓ ୨୧ଟି ମୋବାଇଲ୍‌ ଭ୍ୟାନ୍‌ କାମ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.