ହାତୀ ଆତଙ୍କ : ଚମ୍ପୁଆ ରେଞ୍ଜରେ ୨୩ ଟିକିଆ ହାତୀ ଚଲାଇଛନ୍ତି ଉପଦ୍ରବ

କେନ୍ଦୁଝର : ଯୋଡ଼ ବ୍ଲକ ବାସୁଦେବପୁର ଅଞ୍ଚଳକୁ କିଛି ଦିନ ହେଲା ୨୩ ଟିକିଆ ହାତୀ ପଲ ପଶି ଉପଦ୍ରବ ଚଳାଇଛନ୍ତି । ବିଶେଷକରି ରାତି ସମୟରେ ସେମାନେ ଗାଁରେ ପଶି ଫସଲ ନଷ୍ଟ କରୁଛନ୍ତି ।ହାତୀ ଗୁଡ଼ିକ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜର ବୋଲି ଜଣାପଡ଼ିଛି। ଏଥିଯୋଗୁଁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି । ସେମାନଙ୍କ ଘଉଡ଼ାଇବା ପାଇଁ ଚମ୍ପୁଆ ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଗତକାଲି ଅପରାହ୍ଣରେ ହାତୀ ପଲ ବାସୁଦେବପୁର ମେଡିକାଲ ପଛପଟେ ଘୂରି ବୁଲୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.