ନୀଳଗିରି ବାରାଗଡ଼ିଆ ଗାଁରେ ଦନ୍ତା ହାତୀର ମୃତଦେହ ଠାବ

ବାଲେଶ୍ଵର(କେନ୍ୟୁଜ୍): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଳକ ଅନ୍ତର୍ଗତ ବାରାଗଡ଼ିଆ ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଦନ୍ତା ହାତୀର ମୃତ୍ୟୁ।  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।  ଖବର ପାଇ ଘଟଣାସ୍ଥଳରେ ବନବିଭାଗ ଜଗି ରହିଛ।

ନୀଳଗିରି ରେଞ୍ଜର ବାରାଗଡିଆ ଗାଁର ପୁରସ୍ତମ ସିଂ ବାଡିରେ ଦନ୍ତା ହାତୀର ମୃତଦେହ ରବିବାର ବିଳମ୍ବିତ ରାତିରେ ଠାବ ହୋଇଛି । ଏହି ହାତୀ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ବନ ବିଭାଗ ତଦନ୍ତ ଜାରି ରଖିଛି। ଉକ୍ତ ଦନ୍ତା ହାତୀଟି କୁଲଡିହା ଅଭୟାରଣ୍ୟର । ଅଭୟାରଣ୍ୟକୁ ସଂଲଗ୍ନ ଥିବା ତିନିକୋଶିଆ, ଗୋପାଳପୁର ଓ ଅଯୋଧ୍ୟା ସଂରକ୍ଷିତ ଜଙ୍ଗଲରେ ବହୁ ଦିନ ଧରି ରହି ଆସୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.