୧୧ଟିକିଆ ହାତୀପଲଙ୍କ ଆତଙ୍କ, ରାତି ସାରା ଲୋକେ ଅନିଦ୍ରା

ସୁନ୍ଦରଗଡ଼(କେନ୍ୟୁଜ୍): ୧୧ଟିକିଆ ହାତୀପଲଙ୍କ ଆତଙ୍କ । ହାତୀପଲଙ୍କ ପାଇଁ ରାତି ସାରା ଲୋକେ ଅନିଦ୍ରା । ସୁନ୍ଦରଗଡ଼ ଜିଲ୍ଲା ସଦର ଫରେଷ୍ଟ ରେଞ୍ଜ ଖେରିଆକାନି ଅଂଚଳରେ ୧୧ ଟିକିଆ ହାତୀପଲଙ୍କ ଆତଙ୍କ । ସଂଧ୍ୟା ହେଲେ ପାଖ ଜଙ୍ଗଲରୁ ଆସି ଗାଁରେ ପଶୁଛନ୍ତି ।

ବ୍ୟାପକ ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗୁଛନ୍ତି । ଗତ ୨ ଦିନ ହେବ ହାତୀପଲଙ୍କ ଉପଦ୍ରବ ନେଇ ସ୍ଥାନୀୟ ଅଂଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବନବିଭାଗକୁ ଖବର ଦିଆଯାଉଛି । ହେଲେ ବନବିଭାଗ କର୍ମଚାରୀ ଠିକ ସମୟରେ ପହଞ୍ଚୁନଥିବା ଓ ହାତୀ ଘଉଡାଇବାରେ ବିଫଳ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.