ଏମବିବିଏସ ଓ ବିଡିଏସ୍‌ରେ ନାମଲେଖା ତାରିଖ ଧାର୍ଯ୍ୟ: ଜାନୁଆରୀ ୩୦, ସକାଳ ୧୦ଟାରୁ ଚଏସ ଲକିଂ

ଭୁବନେଶ୍ବର(କେନ୍ଯୁଜ୍): ଏମବିବିଏସ ଓ ବିଡିଏସ୍‌ରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପରେ ନାମଲେଖା ତାରିଖ ଧାର୍ଯ୍ୟ ହୋଇଛି । ଜାନୁଆରୀ ୩୦ ସକାଳ ୧୦ଟାରୁ ୩୧ ତାରିଖ ମଧ୍ୟରାତ୍ରି ଯାଏଁ ଛାତ୍ରଛାତ୍ରୀ ଚଏସ୍‌ ଲକିଂ କରିବେ ।

ଫେବ୍ରୁଆରି ୩ରେ ପ୍ରଥମ ପର୍ଯ୍ୟାୟ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବ । ଫେବୃଆରୀ ୫ ସକାଳ ୧୦ ଟାରୁ ୧୦ ତାରିଖ ଅପରାହ୍ନ ୫ଟା ଯାଏଁ ଛାତ୍ରଛାତ୍ରୀ ନାମଲେଖା ପାଇଁ ଓଜେଇଇ ଅଫିସରେ ରିପୋର୍ଟିଂ କରିବେ। ଫେବ୍ରୁଆରି ୧୧ ରେ ଖାଲିଥିବା ସିଟ୍‌ ତାଲିକା ପ୍ରକାଶ ପାଇବ।

Leave A Reply

Your email address will not be published.