ରୁମ୍‌ ପାଇଁ ଟଣାଓଟରା: କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ଏରୁଣ୍ଡି ବନ୍ଧ ଡେଇଁପାରିଲେନି ତପସ୍ୱିନୀ। ଶ୍ୱଶୁର ଘର ଲୋକ କବାଟ ନଖୋଲିବାରୁ ଏବେବି ବାରଣ୍ଡାରେ ବସିରହିଛନ୍ତି। ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପରେବି ତୁଟୁନି ଝାମେଲା । ତପସ୍ୱିନୀ କେଉଁଠି ରହିବେ ତାକୁ ନେଇ ଉଭୟଙ୍କ ମଧ୍ୟରେ ଚାଲିଛି ଟଣାଓଟରା । ଶ୍ୱଶୁର ଘର ଲୋକେ ତାଙ୍କୁ ଷ୍ଟୋର ରୁମ୍‌ରେ ରହିବାକୁ କହୁଥିବା ବେଳେ ତପସ୍ୱିନୀଙ୍କ ଜିଦ୍‌ ବେଡରୁମ୍‌ରେ ରହିବେ ।

ଏହାରି ଭିତରେ ତପସ୍ୱିନୀ ଘର ଭିତରକୁ ନଯାଇ ଏବେ ବି ବାହାରେ ବସି ରହିଛନ୍ତି । ଗତକାଲି ଗଞ୍ଜାମ ଜିଲ୍ଲା ଦୌରା ଜଜ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଣି କରି ସ୍ୱାମୀ ସୁମିତ୍‌ଙ୍କ ସହ ତପସ୍ୱିନୀ ଶ୍ୱଶୁର ଘରେ ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ସୁମିତ ପ୍ରତି ମାସରେ ଖର୍ଚ୍ଚ ବାବଦରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେବାକୁ କହିଥିଲେ । ଏପଟେ କୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟ ଯିବେ ବୋଲି କହିଛନ୍ତି ସୁମିତଙ୍କ ଓକିଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.