ପୋଲିସ ହାତରେ ନକଲି ନାଭାଲ ଅଫିସର ଟିମ୍, ଚାକିରି ନାଁରେ ବହୁ ଜଣଙ୍କଠୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା

ଗଜପତି (କେନ୍ୟୁଜ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡସଫଳତା । ଭାରତୀୟ ନୈବାହୀନିରେ ଚାକିରି କରାଇଦେବା କହି ପାରଳାଖେମୁଣ୍ଡିର ତିନିଜଣ ବେକାରୀ ଯୁବକଙ୍କ ଠାରୁ ୧୭ଲକ୍ଷ ଠକିନେଇଥିବା ଅଭିଯୋଗରେ ୪ଜଣଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୋଲିସ । ଏମାନଙ୍କ ଠାରୁ ନୈବାହିନୀର ପୋଷାକ, ନକଲୀ ନୈବାହୀନର ନିଯୁକ୍ତି ପତ୍ର, ନକଲି ଆଧାରାର କାର୍ଡ, ୮ଟି ମୋବାଇଲ ଜବତ କରିଛି ପୋଲିସ ।

ଗିରଫ ବ୍ଯକ୍ତି ମାନେ ହେଲେ ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁରର ରାଗୁଲୁ ବିନୋଦ କୁମାର, ବି.ରାକେସ, କେ.ଶ୍ରୀକାନ୍ତ, କେ.ଶୁସାନ୍ତ । ନିଜକୁ ଭାରତୀୟ ନୈବାହୀନୀର କର୍ଣ୍ଣଲ କହି ନୈବାହୀନିରେ ଚାକିରି କରାଇଦେବେ ବୋଲି କହି ଠକୁଥିଲେ ସ୍ଥାନୀୟ ବେକାରୀ ଯୁବକଙ୍କୁ । ଯାହାର ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଏସପି ଜୟରାମ ଶତପଥି ଏକ ସାମ୍ବାଦୀକ ସମ୍ମିଳନୀରେ ।

Leave A Reply

Your email address will not be published.