ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ରାଜ୍ୟରେ ଚାଷୀ ଅସନ୍ତୋଷ !

paddyଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଏଥିରେ ରାଜ୍ୟର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀମାନେ କହିଛନ୍ତି, ଦିନକୁ ଦିନ ଉତ୍ପାଦନ ଖର୍ଚ୍ଚ ବଢ଼ିଚାଲିଛି । ତେଣୁ ଏମଏସପି ୨ ଶହ ଟଙ୍କା ବୃଦ୍ଧିରେ କିଛି ଲାଭ ମିଳିବ ନାହିଁ । ଧାନର ଏମ୍ଏସ୍ପି କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କା କରିବା ପାଇଁ ଓଡ଼ିଶା ଦାବି ରଖିଥିଲା । ଗତବର୍ଷ ବିଧାନସଭାରେ ସର୍ବସମ୍ମତି କ୍ରମେ ଏ ସମ୍ପର୍କରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ହେଲେ କ୍ୱିଣ୍ଟାଲ ପିଛା ମାତ୍ର ୨ ଶହ ଟଙ୍କା ବୃଦ୍ଧି ଯୋଗୁଁ ରାଜ୍ୟର ଚାଷୀ ନିରାଶ ହୋଇଛନ୍ତି । କେନ୍ଦ୍ର ସରକାର ୨୦୧୮-୧୯ ଖରିଫ ଧାନ ପାଇଁ ଧାନର ଏମ୍ଏସ୍ପି ୨ଶହ ବୃଦ୍ଧି କରିଥିବା ବେଳେ ଏହା ୧୫ ଶହ ୫୦ରୁ ବଢ଼ି ୧୭ ଶହ ୫୦ ଟଙ୍କା ହୋଇଛି । ଧାନର ଏମ୍ଏସ୍ପିରେ ଏହା ସର୍ବକାଳୀନ ବୃଦ୍ଧି । ଧାନରେ ଏମ୍ଏସ୍ପି ବୃଦ୍ଧି ଦ୍ୱାରା ସରକାରଙ୍କ ଉପରେ ଅଧିକ ୧୧ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ।

Farmer

ଧାନ ସହ ୧୪ଟି ଖାଦ୍ୟଶସ୍ୟର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ମୁଗ ଡାଲିରେ କ୍ୱିଣ୍ଟାଲ ପ୍ରତି ଏମଏସପିକୁ ୫ ହଜାର ୫୭୫ ଟଙ୍କାରୁ ବୃଦ୍ଧି କରି ୬ ହଜାର ୯୭୫ ଟଙ୍କା କରାଯାଇଛି । ଏଥିରେ ୧୪ ଶହ ଟଙ୍କା ବଢ଼ାଇଛନ୍ତି ଏମଏସପି । ସେହିପରି ହରଡ଼ ଡାଲିରେ ସର୍ବନିମ୍ନ ସହାୟକ ମୂଲ୍ୟ ୫ ହଜାର ୪୫୦ ଟଙ୍କାରୁ ବଢ଼ି ୫ ହଜାର ୬୭୫ ଟଙ୍କା ହୋଇଛି । ବିରି ଡାଲିରେ ଏମ୍ଏସ୍ପିକୁ ୨ ଶହ ଟଙ୍କା ବୃଦ୍ଧି କରିଛନ୍ତି ସରକାର । ବିରି ଉପରେ ଏମଏସପି ୫ ହଜାର ୪ ଶହ ଟଙ୍କାରୁ ବୃଦ୍ଧି ପାଇ ୫ ହଜାର ୬ ଶହ ଟଙ୍କା ହୋଇଛି । କପା ଉପରେ ସର୍ବନିମ୍ନ ସହାୟକ ମୂଲ୍ୟକୁ ୧୧ ଶହ ୩୦ ଟଙ୍କା ବୃଦ୍ଧି କରାଯାଇଛି । ଚାଷୀଙ୍କୁ ଏଣିକି ମିଳିବ ୫ ହଜାର ୧୫୦ ଟଙ୍କା । ପୂର୍ବରୁ କପା ଚାଷୀଙ୍କୁ ମିଳୁଥିଲା ୪ ହଜାର ୨୦ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.