ଲଘୁଚାପ ବର୍ଷା ପାଇଁ ଚିନ୍ତାରେ ଚାଷୀକୁଳ: ପାଣିରେ ଭିଜୁଛି ଧାନ, ନଷ୍ଟ ହେବାକୁ ଯାଉଛି ସୁନାର ଫସଲ

ଅନୁଗୁଳ (କେନ୍ୟୁଜ): ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଚିନ୍ତାରେ ଚାଷୀକୁଳ । ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷାରେ ନଷ୍ଟ ହେବାକୁ ଯାଉଛି ସୁନାର ଫସଲ । ପାଣିରେ ଭିଜୁଛି ଧାନ । କେବଳ ଧାନ ନୁହେଁ ପନିପରିବା ଚାଷ ବି ପ୍ରଭାବିତ ହୋଇଛି । ଏହି ସମୟରେ ଚାଷୀ ବିଲରେ ରୁଆ ବିହୁଡା କରିବା କଥା । ଲଗାଣ ବର୍ଷା ଯୋଗୁଁ ବିଲକୁ ଯାଇପାରୁନି ଚାଷୀ ।

ଏପଟେ ରାୟଗଡା ଜିଲ୍ଲା ବିଷମକଟକ ତହସିଲ ଡାଲିଆକୁଜି ପଞ୍ଚାୟତର ଦେଓଗାଁ ଗାଁରେ ଚାଷ ଜମି ଜଳମଗ୍ନ ହୋଇଛି । ବହୁତ କଷ୍ଟରେ ଟଙ୍କା ପଇସା ଖର୍ଛାନ୍ତ କରି ଧାନ ରୁଆଁ କରିଥିବା ବେଳେ ଦାଉ ସାଦୁଛି ବର୍ତମାନର ଲଘୁଚାପ ଜନିତ ବର୍ଷା । ବିଷମକଟକ, ମୁନିଗୁଡା ଅଞ୍ଚଳରେ ବର୍ଷା ଲାଗି ରହିଛି । ଫଳରେ ନଦୀ ପାଣି ଦଫୁଲିବାରେ ଲାଗିଛି । ଜମିର ହିଡ ଭାଙ୍ଗି ବାଲିଚର ସୁଷ୍ଟି କରୁଛି । ପୁଣି ଧନ ରୁଆ ବେଉଷଣ ପାଇଁ ଧନ ତଳି ମଧ୍ୟ ନାହିଁ । ପ୍ରଶାସନ ଧ୍ୟାନ ଦବାକୁ ଚାଷିକୂଳ ଆକୁଳ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.