ନୀଳଗିରି ମିତ୍ରପୁର ଅଞ୍ଚଳରେ ବୁଲିଲା ଖଣ୍ଡା, ଆକ୍ରମଣରେ ଦୁଇ ଜଣ ଆହତ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ବୁଲିଲା ଖଣ୍ଡା । ଆକ୍ରମଣରେ ଦୁଇ ଜଣ ଆହତ ହୋଇଛନ୍ତି । କଲ୍ୟାଣୀ ଗାଁର କାଳିପ୍ରସାଦ ନାୟକ ଓ ତାଙ୍କ ପୁଅ ଜ୍ୟୋତିର୍ମୟଙ୍କ ସହ ମିତ୍ରପୁର ଅଞ୍ଚଳର କାଳିଆଙ୍କ ସହ କଥା କଟାକଟି ହୋଇଥିଲା ।

ପରେ କାଳିଆ ତାଙ୍କର ଭାଇଙ୍କ ସହ ୨୦ରୁ ଅଧିକ ଯୁବକଙ୍କୁ ମାରଣାସ୍ତ୍ର ଧରି ବାପ ପୁଅଙ୍କୁ ଆକ୍ରମଣ କରିଥିଲେ । ଏଥିରେ କାଳିପ୍ରସାଦ ଗୁରୁତର ହୋଇଥିଲେ । ଏତିକିବେଳେ କଲ୍ୟାଣୀ ଗାଁର ଜଣେ ଟ୍ରକ୍‌ ହେଲପର ସାଇଡ୍‌ ମାଗିବାରୁ ତାଙ୍କ ଉପରେ ବି ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ନୀଳଗିରି ପୋଲିସ ଦୁଇ ଆଙତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଜ୍ୟୋତିର୍ମୟୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.