ପାରିବାରିକ କଳହରେ ବଳି ପଡ଼ିଲା ୬ ମାସର ଶିଶୁ କନ୍ୟା, ଝିଅକୁ ପିଟି ପିଟି ମାରିଦେଲା ନୃଶଂସ ବାପା

ବୌଦ୍ଧ(କେନ୍ୟୁଜ୍):  ଝିଅକୁ ପିଟି ପିଟି ମାରିଦେଲା ନୃଶଂସ ବାପା । ପାରିବାରିକ କଳହରେ ବଳି ପଡିଗଲା ୬ ମାସର ଶିଶୁ କନ୍ୟା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ନାରାୟଣପ୍ରସାଦ ଗାଁର ଅଭାବନୀୟ ଘଟଣା । ହତ୍ୟାକାରୀ ହେଲା ନାରାୟଣପ୍ରସାଦ ଗ୍ରାମର ଶ୍ୟାମ ଖଟୁଆ । ସୂଚନା ଅନୁଯାୟୀ, ଗ୍ରାମର ଶ୍ୟାମ ଖଟୁଆ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଶ୍ୟାମ ନିଜ ୬ମାସର ଝିଅକୁ ଟେକି କଚାଡ଼ି ଦେଇଥିଲା ।

ମାଆ ଓ ପିଲାର ଚିତ୍କାର ଶୁଣି ଗ୍ରାମବାସୀ ଆସି ଶ୍ୟାମକୁ କାବୁ କରି ପୋଲିସର ଜିମା ଦେଇଥିଲେ । ଗୁରୁତର ଅବସ୍ଥାରେ ଶିଶୁଟିକୁ ସୁବର୍ଣ୍ଣପୁର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । କଣ୍ଟାମାଳ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.