ଘରୋଇ କଳିର ଉଗ୍ରରୂପ : ବାପାକୁ ଗୁଳି କରି ହତ୍ୟା କଲା ପୁଅ

ଉଦଳା (କେନ୍ୟୁଜ୍): ପୁଅର ଗୁଳି ମାଡ଼ରେ ବାପାର ମୃତ୍ୟୁ। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଶୀକୁଣ୍ଡଳ ଅଞ୍ଚଳରେ ଏହି ଘଟଣା ଘଟିଛି। ବାପାକୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି ହତ୍ୟାକାରୀ ପୁଅ। ଗତକାଲି ରାତିରେ କାଶୀକୁଣ୍ଡଳ ଗାଁର ଟିଲୁ ନାଏକ ଘରେ ଥିଲେ । ସେହି ସମୟରେ ପୁଅ କୈଳାସ ନାଏକ ଘରକୁ ଆସି ଖାଉଥିଲେ। କୌଣସି କଥାକୁ ନେଇ ବାପା ଓ ପୁଅଙ୍କ ମଧ୍ୟରେ ହୋଇଥିଲା ବଚସା । ଶେଷରେ ବଚସା ଉଗ୍ରରୂପ ନେଇଥିଲା।

ପୁଅ କୈଳାସ ଉତ୍‌କ୍ଷିପ୍ତ ହୋଇ ଖାଇବା ପାଖରୁ ଉଠି ଆସି ଘରେ ଥିବା ଏକ ଦେଶୀ ବନ୍ଧୁକରେ ବାପାଙ୍କ ଉପରକୁ ଗୁଳି ଚଳାଇଥିଲା। ଘର ବାରଣ୍ଡାରେ ଟଳି ପଡ଼ିଥିଲେ ଟିଲୁ ନାଏକ । ବାପାକୁ ହତ୍ୟା କରିବା ପରେ ପୁଅ କୈଳାସ ନିଜ ସ୍ତ୍ରୀ ଓ ପିଲାଛୁଆଙ୍କୁ ନେଇ ଫେରାର ହୋଇଯାଇଛି। ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ପୋଲିସ ଜବତ କରିଛି । ଏହା ସହ ଘର ପଛ ପାଖରୁ ଗୁଳି ଭାବେ ବ୍ୟବହୃତ ହୋଇଥିବା ଲୁହାରଡ଼ର ଭଙ୍ଗା ଅଂଶ ପୋଲିସ ହାତରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.