ପୁରୀ: ୬୪ଜଣ ରଥ ନିର୍ମାଣ କରୁଥିବା ବିଶ୍ବକର୍ମାଙ୍କୁ ସମ୍ବର୍ଦ୍ଧନା: କଳାକାରର ମାନ୍ୟତା ଦେବାକୁ ଆରମ୍ଭ ହେଲା ଉଦ୍ୟମ

ପୁରୀ(କେନ୍ୟୁଜ୍): ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କରୁଥିବା ସେବାୟତଙ୍କୁ ସମ୍ବର୍ଦ୍ଧନା। ଶ୍ରୀକ୍ଷେତ୍ର ସୂଚନା ଅନୁଷ୍ଠାନ ପକ୍ଷରୁ ପୁରୀ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ବିଶ୍ୱକର୍ମା ଉତ୍ସବରେ ୬୪ଜଣ ରଥ ସେବକଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ରଥନିର୍ମାଣ କରୁଥିବା ସେବକଙ୍କୁ କଳାକାରର ମାନ୍ୟତା ଦେବାକୁ ଉଦ୍ୟମ ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଯୋଜନାର ସମସ୍ତ ସୁବିଧା ସୁଯୋଗ ଯୋଗାଇବାକୁ ପ୍ରୟାସ କରାଯିବ।

ରଥ ସେବକ ମାନଙ୍କ ପାଇଁ ଶ୍ରମିକ କାର୍ଡ, ସ୍ୱାସ୍ଥ୍ୟ କାର୍ଡ, ସେମାନଙ୍କ ସନ୍ତାନଙ୍କୁ ଉଚ୍ଚ ଶିକ୍ଷା ଓ ଯୋଗ୍ୟତା ଭିତ୍ତିରେ କର୍ମ ସଂସ୍ଥାନ ଦେବାକୁ ଜିଲ୍ଲା ପ୍ରଶାସନ ରାଜ୍ୟସରକାରଙ୍କୁ ସୁପାରିଶ କରିବ ବୋଲି କୁହାଯାଇଛି। ଏହାସହ ରଥ ସେବକଙ୍କ ନିଷ୍ଠା ଓ କର୍ତ୍ତବ୍ୟପରୟଣାତା ସମ୍ପର୍କରେ ଆଲୋଚନା କରାଯାଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ ବୋଲି ମତ ପ୍ରକାଶ ପାଇଛି। ଏହି ଉତ୍ସବରେ ହସ୍ତଶିଳ୍ପ ବିଭାଗର ସହ ନିର୍ଦ୍ଦେଶକ ଅଶୋକ କୁମାର ହୋତା, ଲୋକ ସେବକ ମଣ୍ଡଳର ପ୍ରମୁଖ ଡକ୍ଟର ପ୍ରଭାସ ଆଚାର୍ଯ୍ୟ, ଶିକ୍ଷାବିତ ହରେକୃଷ୍ଣ ଶତପଥୀ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପକ୍ଷରୁ ସମସ୍ତ ରଥ ସେବକଙ୍କ ପରିବାରଙ୍କ ପାଇଁ ଦୁଇ ଲକ୍ଷ ଟଙ୍କାର ବୀମା ସହିତ ଉପଢୌକନ ଓ ତୈଳ ଚିତ୍ର ପ୍ରଦାନ କରାଯାଇଥିଲା।

 

Leave A Reply

Your email address will not be published.