ଆସନ୍ତାକାଲିଠୁ ହଜ୍‌ ଯାତ୍ରା : ରାଜ୍ୟର ହଜ୍‌ ଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆସନ୍ତାକାଲିଠୁ ହଜ୍‌ ଯାତ୍ରା । ଏହା ପୂର୍ବରୁ ରାଜ୍ୟର ହଜ୍‌ଯାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଏବର୍ଷ ରାଜ୍ୟରୁ ୭୩୧ଜଣ ହଜ୍‌ଯାତ୍ରାରେ ମକ୍କା ମଦିନା ଯିବେ । ଏମାନଙ୍କ ମଧ୍ୟରେ ୪୩୩ ଜଣ ପୁରୁଷ ଓ ୨୯୮ଜଣ ମହିଳାଅଛନ୍ତି । ହଜ୍‌ ସାରି ସେପ୍ଟେମ୍ବର ୨ରୁ ୧୨ ମଧ୍ୟରେ ଏମାନେ ଫେରିବେ । ସେମାନଙ୍କୁ ବିନା ମୂଲ୍ୟରେ ହଜ୍‌ ସାମଗ୍ରୀ, ଗାଇଡ୍‌ ପୁସ୍ତକ ଏବଂ ଅନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲା ସଦର ମହକୁମା ହଜ୍‌ କମିଟି ପକ୍ଷରୁ ହଜ୍‌ କର୍ମଶାଳା କରାଯାଇଥିଲା । ହଜଯାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ସେମାନଙ୍କ ସହ ୪ଜଣ ସରକାରୀ କର୍ମଚାରୀ ଯିବେ । ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଭୁବନେଶ୍ୱର ପୋଖରୀପୁଟରେ ଏକ ହଜ୍‌ଭବନ ନିର୍ମାଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.