ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜି ଶେଷ ଅଣସର ଦର୍ଶନ

ପୁରୀ : ବିଶ୍ୱାସ ରହିଛି, ଅଲାରନାଥଙ୍କ ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନର ପୁଣ୍ୟ ମିଳେ। ଆଜି ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜି ଶେଷ ଅଣସର ଦର୍ଶନ। ଏଥିପାଇଁ ହଜାର ହଜାର ଭକ୍ତଙ୍କ ସମାଗମକୁ ଦେଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଥମ ଥର ଭିତର ବାହାରେ ୯ଟି ସିସିଟିଭି ଲାଗିଛି । ସେହିପରି ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରସାଦ ସେବନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.