ବଢୁଛି ଅସନ୍ତୋଷ ତେଜୁଛି ବିବାଦ: ବିଭିନ୍ନ ଜିଲ୍ଲାର ଝିଅଙ୍କ ଚରିତ୍ରକୁ ନେଇ ଗୀତ ଗାଇବା ଯୁବକଙ୍କୁ ପଡିଲା ମହଙ୍ଗା, ବିଭିନ୍ନ ଥାନାରେ ମାମଲା

ଜୟପୁର(କେନ୍ୟୁଜ୍):ଝିଅଙ୍କ ପାଇଁ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରି ଗୀତ ଗାଇବା ପଡୁଛି ମହଙ୍ଗା । ବାଲେଶ୍ଵରର ଜଣେ ଯୁବକ ରାଜ୍ୟର ବିଭିନ୍ନ ଜିଲ୍ଲାର ଝିଅ ମାନଙ୍କର ଚରିତ୍ରକୁ ଅଶ୍ଳୀଳ ଓ ଆକ୍ଷେପ ଜନକ ଇଙ୍ଗିତ କରି ଗୀତ ଗାଇଛନ୍ତି । ଯାହା ୟୁଟ୍ୟୁବରେ ଭାଇରାଲ ପରେ ବିଭିନ୍ନ ସ୍ଥାନରୁ ଅସନ୍ତୋଷ ଓ ବିରୋଧ ତେଜିଲାଣି । ବିଶେଷ କରି ଅବିଭକ୍ତ କୋରାପୁଟ ଜିଲ୍ଲାର ଝିଅ ମାନଙ୍କୁ ଅତି କଦର୍ଜ ଶବ୍ଦ ବ୍ୟବହାର କରି ଗୀତ ଗାଇଛନ୍ତି ଶଙ୍କର ଓମ ଶରଣ ତଥା ଉମାକାନ୍ତ ନାମକ ଜଣେ ଯୁବକ ।

ତାଙ୍କୁ ବିରୋଧ କରି ଜିଲ୍ଲାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଜୟପୁର,କୋଟପାଡ ଓ ସିମିଳିଗୁଡା ସମେତ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଓ କଳାକାର ସଙ୍ଘ । ଅଶ୍ଳୀଳ ଇଙ୍ଗିତ ଗୀତ ପ୍ରସଙ୍ଗ ନେଇ କଳାକାର ସଙ୍ଘ ଓ ମହିଳା ସଙ୍ଗଠନ ଉପ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ରାଜ୍ୟ ମହିଳା କମିଶନଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ କରିଛନ୍ତି ।

ସେପଟେ ୟୁଟୁବରୁ ଗୀତ ହଟାଇବା ସହ ଆଗକୁ ଏଭଳି ଅଶ୍ଳୀଳ ଇଙ୍ଗିତ ଗୀତ ବନ୍ଦ କରିବା ଓ ଉଦଣ୍ଡ ଯୁବକଙ୍କ ୟୁଟ୍ୟୁବ ଚ୍ଯାନେଲ ବନ୍ଦ ଓ ତାଙ୍କ ଗିରଫ ଦାବି କରିଛି କଂଗ୍ରେସ । ତେବେ ତାଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନହେଲେ ଆଗକୁ ଆନ୍ଦୋଳନର ଧମକ ଦେଇଛନ୍ତି ମହିଳା ସଙ୍ଗଠନ ।

Leave A Reply

Your email address will not be published.