ଫାୟାର ମ୍ୟାନଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ: କହିଲେ ମିଳୁନି ସମ୍ମାନ, ଦିଆଯାଉଛି ନିର୍ଯ୍ୟାତନା

ଉଦଳା(କେନ୍ୟୁଜ୍): ଜଣେ ବିବାହିତ ମହିଳାଙ୍କୁ ଭଲ ପାଇ ବିବାହ କରିଲେ । ବିବାହ ପୁଣି ବିଧିବଦ୍ଧ ଭାବେ ନ କରି ନୋଟାରୀରେ କରି ନିଜ ପାଖରେ ନେଇ ସ୍ତ୍ରୀ କରି ରଖିଲେ । ହେଲେ ଦେଲେ ନାହିଁ ସ୍ତ୍ରୀର ସମ୍ପୂର୍ଣ୍ଣ ମାନ୍ୟତା ।  ଯେତେବେଳେ ମହିଳା ଜଣକ ଏନେଇ ବାରମ୍ବାର ବାଧ୍ୟ କରିଲେ, ସେବେ ଆରମ୍ଭ ହେଲା ନିର୍ଯ୍ୟାତନା । ଶାରୀରିକ ଏବଂ ମାନସିକ ଭାବେ ନିଜ ସ୍ତ୍ରୀକୁ ନିର୍ଯ୍ୟାତନା ଦେଇଥିବାର ସାଂଘାତିକ ଅଭିଯୋଗ ଆସିଛି ଜଣେ ଫାୟାର ମ୍ୟାନଙ୍କ ବିରୋଧରେ ।

ଯଶିପୁର ଅଗ୍ନିଶମ ବିଭାଗରେ କାର୍ଯ୍ୟରତ ଫାୟାର ମ୍ୟାନ୍ ସମୀର କୁମାର ବେହେରାଙ୍କ ବିରୋଧରେ ଉଦଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ତାଙ୍କ ସ୍ତ୍ରୀ । ଅଭିଯୋଗକାରିଣୀଙ୍କ ଅଭିଯୋଗ ଅନୁସାରେ, ସ୍ୱାମୀ ସମୀର କୁମାର ବେହେରା ତାଙ୍କୁ ଭଲ ପାଇ ନୋଟାରୀ ବିବାହ କରିଥିଲେ । ଏହା ପରେ ସାଙ୍ଗରେ ନେଇ ଯଶିପୁର ଅଗ୍ନିଶମ ବିଭାଗ କ୍ୱାଟରରେ ରଖିଲେ । ସେଠାରେ ତାଙ୍କୁ ରଖିଥିବା ବେଳେ ବିଧିବଦ୍ଧ ଭାବେ ଶାଶୁ ଘରକୁ ସମୀରଙ୍କ ସ୍ତ୍ରୀ ଯିବା କଥା କହିବାରୁ ତାଙ୍କୁ ବାପ ଘରୁ ଲକ୍ଷାଧିକ ଟଙ୍କା ଆଣିବାକୁ କହିଥିଲେ ସମୀର ।

ଏପରିକି ବାରମ୍ବାର ଟଙ୍କା ଆଣିବା ଦାବି କରି ସମୀର ତାଙ୍କ ସ୍ତ୍ରୀକୁ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଶେଷରେ ସମୀରଙ୍କ ସ୍ତ୍ରୀ ସେଠାରୁ ଖସି ଆସି ଏ ନେଇ ଉଦଳା ଥାନାରେ ସମୀରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.