ପ୍ରଥମ ଥର ପାଇଁ ପୁରୀ ରାଜଭବନରେ ରହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ,ଆଲୋକସଜ୍ଜା ସାଙ୍ଗକୁ ସୌଖିନ ଖଟ ଓ ସୋଫା ଆଦିର ବ୍ୟବସ୍ଥା କରାଯାଇଛି

ପୁରୀ(କେନ୍ୟୁଜ୍):  ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମ ଥର ପାଇଁ ପୁରୀ ରାଜଭବନରେ ରହିଛନ୍ତି । ପୂର୍ବରୁ ୨୦୧୮ ଓ ୨୦୨୧ରେ ଦୁଇଥର ପୁରୀ ଗସ୍ତରେ ଆସିଥିଲେ ମଧ୍ୟ ସେ ପୁରୀ ରାଜଭବନରେ ରହିନଥିଲେ । ୨୦୧୮ରେ ସ୍ୱତନ୍ତ୍ର ସର୍କିଟ ହାଉସରେ ରହିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେତେବେଳେ ସ୍ୱତନ୍ତ୍ର ସର୍କିଟ ହାଉସର ସୌନ୍ଦର୍ଯ୍ୟକରଣ କରାଯାଇ ସଜ୍ଜିତ କରାଯାଇଥିଲା। ଗତବର୍ଷ ରାଷ୍ଟ୍ରପତି ଆସିଥିଲେ ମଧ୍ୟ ସର୍କିଟ ହାଉସ କିମ୍ବା ରାଜଭବନରେ ରହିନଥିଲେ ।

rajbhawan 2

ଶେଷ ଥର ପାଇଁ ରାଷ୍ଟ୍ରପତି ଭାବେ ପ୍ରତିଭା ପାଟିଲ ପୁରୀ ରାଜଭବନରେ ରହିଥିଲେ । ଫନି ମହାବାତ୍ୟାରେ ପୁରୀ ରାଜଭବନର ବ୍ୟାପକ କ୍ଷତି ହୋଇଥିଲା । ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଗତ ୬ ମାସ ତଳେ ଏହାର ପୁନଃନିର୍ମାଣ କରାଯାଇଛି । ଏବେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀ ରାଜଭବନରେ ବ୍ୟାପକ ବନ୍ଦୋବସ୍ତ ଓ ସାଜସଜ୍ଜା କରାଯାଇଛି। ଆଲୋକସଜ୍ଜା ସାଙ୍ଗକୁ ସୌଖିନ ଖଟ ଓ ସୋଫା ଆଦିର ବ୍ୟବସ୍ଥା ହୋଇଛି । ପ୍ରବେଶ ପଥ ଓ ଭିତରେ ଗାଲିଚା ବିଛାଯାଇଛି। ଖାଦ୍ୟ ପ୍ରସ୍ତୁତି ଓ ପରଷିବା ପାଇଁ ଏକ ଘରୋଇ ହୋଟେଲର ସହାୟତା ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.