ସ୍ତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ସୁମିତ, କହିଲେ- ‘ଏମିତି ବି ମୋ ଲାଇଫ୍‌କୁ ବରବାଦ୍‌ କିରିଦେଲେଣି’

ବ୍ରହ୍ମପୁର (କେନ୍ୟୁଜ): କୁଆଡ଼େ ଗଲେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ । ପତ୍ନୀ ତପସ୍ୱିନୀ ଫେରାର୍‌ ନେଇ ଆଣିଥିବା ଅଭିଯୋଗ ଉପରେ ମୁହଁ ଖୋଲିଲେ ସୁମିତ । ଏକ ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସ୍ତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି । ସୁମିତ କହିଛନ୍ତି, ତପସ୍ୱିନୀ ତାଙ୍କୁ ଓ ପରିବାରକୁ ବଦନାମ କରୁଛନ୍ତି । ସେ ଫେରାର୍‌ ହୋଇ ନାହାନ୍ତି । ଅସୁସ୍ଥତା ଯୋଗୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଛୁଟିରେ ରହିଛନ୍ତି । ସାଙ୍ଗସାଥୀଙ୍କୁ କହି ଘର ଖୋଜା ଚାଲିଛି ବୋଲି ଅଡିଓରେ ସ୍ପଷ୍ଟୀକରଣ ରଖିଛନ୍ତି ସୁମିତ । ସାତ ଦିନ ହେଲାଣି ସୁମିତ କେଉଁଆଡ଼େ ପଳାଇ ଯାଇଥିବା ଅଭିଯୋଗ କରିଥିଲେ ପତ୍ନୀ ତପସ୍ୱିନୀ । ଏନେଇ ସେ ଥାନା ଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଗତକାଲି ତପସ୍ୱିନୀ କହିଥିଲେ, ତାଙ୍କ ସ୍ୱାମୀ ଭଲ । ସେମାନଙ୍କ ମଝିରେ ଶ୍ୱଶୁର ଓ ଦେଢଶୁର ପ୍ରତିବନ୍ଧକ ସାଜୁଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କଙ୍କୁ ମିଶାଇ ଦେଉନାହାନ୍ତି । ସ୍ୱାମୀଙ୍କ ଚାକିରି ଉପରେ ବି ବିପଦ ଆସିଲାଣି । ସୁମିତ୍‌ କିମ୍ବା ତାଙ୍କର କିଛି ବି ଅଘଟଣ ଘଟିଲେ ସେମାନେ ଦାୟୀ ରହିବେ ବୋଲି କହିଥିଲେ । ଆଜି ସୁମିତଙ୍କ ଅଡିଓ ଆସିବା ପରେ ସ୍ୱାମୀ-ସ୍ତ୍ରୀ ବିବାଦରେ ନୂଆ ଟ୍ଵିଷ୍ଟ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.