ବୟସ ମାତ୍ର ପାଞ୍ଚ ବର୍ଷ, ୪୦ ସେକେଣ୍ଡରେ ବିଷ୍ଣୁଙ୍କ ୨୪ ଅବତାରଙ୍କ ବିଷୟ କହି ପାଇଲେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ

ଖୋର୍ଦ୍ଧା(କେନ୍ୟୁଜ୍‌): କୁନି ମୁଣ୍ଡରେ ବିରାଟ ଜ୍ଞାନ । ନିଜର ବିଚକ୍ଷଣା ବୁଦ୍ଧି ପାଇଁ ଆଜି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ । ୭ଟି ପ୍ରତିଯୋଗିତାରେ ଭାଗନେଇ କରିଛନ୍ତି ରେକର୍ଡ। ଏବେ ଏଭଳି ପ୍ରତିଭାକୁ ନେଇ ଚର୍ଚ୍ଚାରେ କୁନି ଝିଅ ।

ଖୋର୍ଦ୍ଧା ଜଟଣୀର ଯମୁନା ଗ୍ରାମର ସୁକାନ୍ତ ହାତୀଙ୍କ ବଡ଼ ଝିଅ ଆୟୁଶ୍ରୀ ଜ୍ଯୋର୍ତିମୟୀ ହାତୀ । ବୟସ ମାତ୍ର ପାଞ୍ଚ ବର୍ଷ । ଏହି ବୟସରେ ପିଲାମାନେ ଖେଳିବା ବୁଲିବା ସମୟରେ ସିଏ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ୭ଟି ପ୍ରତିଯୋଗିତାରେ ଭାଗ ନେଇ ରେକର୍ଡ ହାସଲ କରିଛନ୍ତି ସେ । ମାତ୍ର ଚାଳିଶ ସେକେଣ୍ଡରେ ବିଷ୍ଣୁଙ୍କ ୨୪ ଅବତାର ସହିତ କେଉଁ ଅବତାର କେଉଁଥି ପାଇଁ ନେଇଥିଲେ କହିବା ସହିତ, ଶ୍ଳୋକ କହି ରେକର୍ଡ କରିଛନ୍ତି । ନାସା ଇସ୍ରୋ ଭିତରେ ଫରକ ଭଳି ୭ଟି ପ୍ରତିଯୋଗିତାରେ ଭାଗ ନେଇ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଛନ୍ତି ଏହି କୁନି ଝିଅ । ସେ ଛୋଟ ବେଳୁ ବିଭିନ୍ନ ବିଷୟରେ ଜ୍ଞାନ ଆହରଣ କରିବା ପାଇଁ ଇଚ୍ଛା କରନ୍ତି । ଯେଉଁ ଜିନିଷ ଦେଖିବେ ତାବିଷୟରେ ଜାଣିବା ପାଇଁ ତାଙ୍କ ମା ସହିତ ନିଜ ଶିକ୍ଷକଙ୍କୁ ପଚାରନ୍ତି ।

girl

ମାତ୍ର ୩ ବର୍ଷ ବୟସରୁ ସିଏ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବହୁ ଆଗ୍ରହ ପ୍ରକାଶ କରିବା ସହିତ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ତେବେ ତାଙ୍କର ଏତେ କମ ବୟସରୁ ଅନେକ ଜିନିଷ ବିଷୟରେ ଜାଣିବାପାଇଁ ଆଗ୍ରହ ଥିବାରୁ ତାଙ୍କ ମା ତାଙ୍କୁ ସବୁ ଜିନିଷ ଶିଖାଇବା ଆରମ୍ଭ କରିଥିଲେ। ବାପା ପୋଲିସରେ ଥିବାରୁ ତାଙ୍କୁ ସମୟ ଦେଇପାରନ୍ତି ନାହିଁ । ତେଣୁ ଝିଅର ଏହି ସଫଳତା ପଛରେ  ମାଙ୍କ ସହିତ ତାଙ୍କ ଗୁରୁଙ୍କ ବଡ଼ ଭୂମିକା ରହିଥିବା କହିଛନ୍ତି ତାଙ୍କ ବାପା ।

କୁନି ଜ୍ଯୋର୍ତିମୟୀଙ୍କୁ ନେଇ ଏବେ ପରିବାର ଲୋକେ ଗର୍ବିତ । ନିଜର ପ୍ରତିଭା ପାଇଁ ଏବେ ସେ ସମଗ୍ର ଅଞ୍ଚଳରେ ପ୍ରଶଂସାର ପାତ୍ର । ତେବେ ଆଗକୁ ଏହିଭଳି ତାଙ୍କର ସଫଳତାର ଯାତ୍ରା ଜାରି ରହୁ ପରିବାର ଲୋକେ ଆଶା ରଖିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.