ବାରମ୍ବାର ଘଟୁଛି ଯାନ୍ତ୍ରିକ ତ୍ରୁଟି, ମଝି ଚିଲିକାରେ ଫସିଲ ଭସା ପୋଲ

ବ୍ରହ୍ମଗିରି(କେନ୍ୟୁଜ୍):  ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ର ଜହ୍ନିକୁଦା-ସାତପଡ଼ା ଚିଲିକା ମଝିରେ ଭସାପୋଲର ଯାନ୍ତ୍ରିକ ତୃଟି ଯୋଗୁଁ ଚିଲିକା ମଝିରେ ପୁଣି ଫସି ରହିଛି ଯାତ୍ରୀବାହୀ ଭସାପୋଲ । ଭସାପୋଲ ଉପରେ ଫସିଛନ୍ତି ୬୦ ରୁ ଉର୍ଦ୍ଧ୍ବ ଯାତ୍ରୀ । ଏବଂ 5 ଟି ଚାରି ଚକିଆ ଯାନ ଏବଂ 20 ରୁ ଉର୍ଦ୍ଧ୍ବ ବାଇକି ।

ସାତପଡ଼ା ଠାରୁ ୨ ଟା ୧୫ ମିନିଟ ସମୟରେ ଜହ୍ନିକୁଦା ଘାଟ ନିକଟକୁ ଯାତ୍ରୀ ମାନଙ୍କୁ ନେଇ ବାହାରିଥିଲା ଭସାପୋଲ ଯାହା ଚିଲିକା ମଝିରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି । ଫଳରେ ମଝି ଚିଲିକାରେ ଫସି ରହିଛି ଯାତ୍ରୀବାହୀ ଭସାପୋଲ ।ଖବର ପାଇ ଚିଲିକା  ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରୀମାନେ ପହଞ୍ଚିଛନ୍ତି ଓ  ଭସାପୋଲ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.