ରାଜ୍ୟରେ ୩ରୁ ୪ ଦିନ ରହିବ ବନ୍ୟା ପ୍ରଭାବ, ମୁକାବିଲା ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ୩ରୁ ୪ ଦିନ ରହିବ ବନ୍ୟା ପ୍ରଭାବ । ବନ୍ୟା ସ୍ଥିତି ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି । ବନ୍ୟା ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ‘ବନ୍ୟାକୁ ନେଇ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ‘ଘଳିଆ ସୃଷ୍ଟି ହେଲେ ତୁରନ୍ତ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କୁ ଜଣାନ୍ତୁ’ । ‘ବନ୍ଧରେ ସୃଷ୍ଟି ଘଳିଆ ରୋକାଗଲେ ବନ୍ୟାକୁ ମୁକାବିଲା କରିହେବ ବୋଲି କହିଛନ୍ତି ଏସଆରସି । ।

‘୩ଟି ସ୍ଥାନରେ ସୃଷ୍ଟି ହୋଇଥିବା ଘାଇକୁ ମରାମତି କରାଯାଇଛି । ସହିପରି ହୀରାକୁଦ ଜଳସ୍ତର ଉପରେ ନଜର ରଖାଯାଇଛି । ‘ହୀରାକୁଦର ୮ଟି ଗେଟ୍‌ ବନ୍ଦ କରାଯାଇଛି । ସକାଳ ୯ଟା ପରେ ହୀରାକୁଦ ପରିଚାଳନା ଉପରେ ନିଷ୍ପତ୍ତି ହେବ । ‘ସମ୍ବେଦନଶୀଳ ସ୍ଥାନରେ ପ୍ରଶାସନ ସତର୍କ ଅଛନ୍ତି ।

Leave A Reply

Your email address will not be published.