ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ପଶିଲା ପାଣି

ବଡମ୍ବା(କେନ୍ୟୁଜ୍‌) : ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠରେ ପଶିଲା ପାଣି । ପାଣି ଧିରେ ଧିରେ ଉପରକୁ ଉଠୁଛି । ରାତି ସୁଦ୍ଧା ଏହା ମନ୍ଦିର ମଧ୍ୟରେ ପଶିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଏପରି ସ୍ଥିତିରେ ଠାକୁରଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡିପାରେ ।

ପୂର୍ବରୁ ଏପରି ସ୍ଥିତିରେ ଠାକୁରଙ୍କୁ ଅନ୍ୟତ୍ର ସ୍ଧାନାନ୍ତର କରାଯିବାର ନଜିର ରହିଛି । ହୀରାକୁଦର ବନ୍ୟା ପାଣି ଛାଡ଼ିବା ପରେ ମହାନଦୀର ବନ୍ୟା ଜଳ ଫୁଲିବାରେ ଲାଗିଛି । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ପୀଠ ନିକଟରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।

ମନ୍ଦିରର ସବୁ ପାହାଚ ବୁଡ଼ି ଯାଇଥିବା ବେଳେ ଧୀରେ ଧୀରେ ବେଢ଼ା ଉପରକୁ ଉଠୁଛି ବନ୍ୟା ପାଣି । ହୀରାକୁଦର ୩୪ଟି ଗେଟ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଥିବାରୁ ଆଗକୁ ମନ୍ଦିର ବେଢ଼ା ବୁଡ଼ିବା ଆଶଙ୍କା କରାଯାଉଛି । .

Leave A Reply

Your email address will not be published.