ସାତକୋଶିଆ ଛୁଇଁଲା ବନ୍ୟାପାଣି, ଟିକରପଡା ରାସ୍ତା ଉପରେ ଛାଲିଛି ୮ ଫୁଟର ପାଣି

ଅନୁଗୋଳ(କେନ୍ୟୁଜ୍): ଅନୁଗୋଳ ଜିଲ୍ଲାରେ ବିତ୍ପାତ ଆଣିଛି ମହାନଦୀର ବନ୍ୟା ପାଣି । ହୀରାକୁଦରୁ ଆଉ ୧୪ଟି ଗେଟ୍‌ ଖୋଲିବା ପରେ ବନ୍ୟା ପାଣି ସାତକୋଶିଆ ଦେଇ ପ୍ରବାହିତ ହେଉଛି । ଗତ ୪ଦିନ ହେବ ପାଣିଘେରରେ ରହିଛି ପର୍ଯ୍ୟଟନସ୍ଥଳୀ ସାତକୋଶିଆ । ଟିକରପଡା ରାସ୍ତା ଉପରେ ଛାଲିଛି ୮ ଫୁଟର ପାଣି । ଟିକରପଡା ପଞ୍ଚାୟତର ୫ଟି ଗାଁ ଓ ଆଠମଲ୍ଲିକ ବ୍ଲକର ୧୧ଟି ପଞ୍ଚାୟତ ୬୧ଟି ଗାଁ କ୍ଷତିଗ୍ରସ୍ତ ହୋଇଛି । ଟିକରପଡାରେ ୩ଟି ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଥିବା ବେଳେ ୩୧୦ ବିପନ୍ନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରାଯାଇଛି ।

ସାତକୋଶିଆ ଗଣ୍ଡରେ ଜଳ ସ୍ତର ବୃଦ୍ଧି ପାଉଛି । ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବାର ସମ୍ଭାବନା ରହିଥିବାରୁ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ଵୀତ କରିବା ନିମନ୍ତେ ସ୍ଥାନୀୟ ଅଗ୍ନିଶମ ବାହିନୀ ସହ ଆଉ ଏକ ଓଡ୍ରାଫ୍ଟ ଟିମ ନିୟୋଜିତ କରାଯାଇଛି । ମଝିପଡାରେ ୩ ଦିନ ହେବ ଛାତ୍ରୀ ନିବାସରେ ଅଛନ୍ତି ୩୦ ଜଣ ଛାତ୍ରୀ । ସେମାନଙ୍କ ନିକଟରେ ଜିଲ୍ଲା ପ୍ରଶାସନ ପହଞ୍ଚି ନଥିବା ଜଣାପଡିଛି ।

Leave A Reply

Your email address will not be published.