ଧାରଣାରେ ବନ କର୍ମଚାରୀ, ଅବସରକୁ ମାତ୍ର ବର୍ଷେ ଥିବାବେଳେ ଏଯାଏ ମିଳିଲାନି ସରକାରୀ କର୍ମଚାରୀର ମାନ୍ୟତା

ଚାନ୍ଦବାଲି(କେନ୍ୟୁଜ୍): ଧାରଣାରେ ବସିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ଜଣେ ବନ କର୍ମଚାରୀ । ନିଜର ଜୀବନ ଓ ଜୀବିକା ପାଇଁ ଦିର୍ଘ ୪୦ ବର୍ଷ ଧରି ଚାକିରି କରିବା ପରେ ବି ସରକାରୀ କର୍ମଚାରୀ ମାନ୍ୟତା ନପାଇବାରୁ ସେ ଏହି ଧାରଣାରେ ବସିଛନ୍ତି । ଚାକିରି ମାତ୍ର ଗୋଟିଏ ବର୍ଷ ଥିବା ବେଳେ ସେ ସରକାରଙ୍କ ନିକଟରୁ ନ୍ୟାୟ ନ ପାଇବାରୁ ନିଜର ହକ ପାଇଁ ଭଦ୍ରକ ବନ ବିଭାଗ କାର୍ଯ୍ୟାଳୟ ଅଗରେ ଧାରଣା ଦେଇଛନ୍ତି ।

ସୂଚନା ମୁତାବକ, ବନ କର୍ମଚାରୀ ନିରଞ୍ଜନ ସାମଲ ୧୯୮୩ ମସିହାରେ ବନ ବିଭାଗର ଅସ୍ଥାୟୀ କର୍ମଚାରୀ ଭାବେ ଯୋଗ ଦେଇଥିଲେ। କାର୍ଯ୍ୟ କରିବା ପରେ ଏବେ ସେ ବୋଟ ଡ଼୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି। ହେଲେ ଚାକିରୀ କାଳର ଶେଷ ସମୟ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ମନ୍ୟତା ମିଳି ପାରିଲା ନାହିଁ । ସରକାରଙ୍କ ପକ୍ଷରୁ ତାଙ୍କୁ ସ୍ଥାୟୀ ନିଯୁକ୍ତି ଘୋଷଣା କରାନଗଲେ ସେ ଧାରଣାର କିଛି ଦିନ ପରେ ଆମରଣ ଅନଶନ କରିବା ପାଇଁ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.