ଗୁଣ୍ଡିଚା ଯାତ୍ରା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ସମସ୍ତଙ୍କୁ ଅଭିନନ୍ଦନ : ଗଜପତି ଦିବ୍ୟସିଂହ ଦେବ

ପୁରୀ: ପୁରୀରେ ଗତକାଲି ସଫଳ ଭାବେ ସମ୍ପନ୍ନ ହୋଇଛି ଗୁଣ୍ଡିଚା ଯାତ୍ରା । ଏନେଇ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗଜପତି ଦିବ୍ୟସିଂହ ଦେବ। ସେ କହିଛନ୍ତି, ସାଧାରଣ ଭକ୍ତଙ୍କ ବିନା ବଡ଼ଦାଣ୍ଡରେ ଗଡ଼ିଛି ରଥ। ଶୃଙ୍ଖଳାର ସହ ଓ ସୁରୁଖୁରରେ ଯାତ୍ରା ସଂପନ୍ନ ହୋଇଛି। ଖୁବ କମ୍ ସମୟ ମଧ୍ୟରେ ଶ୍ରୀମନ୍ଦିର ସେବକଙ୍କ ଅସାଧାରଣ ସେବା, ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନଙ୍କ ସୁବନ୍ଦୋବସ୍ତକୁ ପ୍ରଶଂସା କରିଛନ୍ତି ଗଜପତି।

ଏହାସହିତ ସମସ୍ତ ଶ୍ରଦ୍ଧାଳୁ ବିଶେଷ କରି ପୁରୀ ସହରବାସୀଙ୍କ ସହଯୋଗ ଯୋଗୁଁ ଗୁଣ୍ଡିଚା ଯାତ୍ରା ସଫଳ ହୋଇଥିବା ସେ କହିଛନ୍ତି। ଯାତ୍ରାକୁ ସଫଳ କରାଇବାରେ ଯେଉଁମାନଙ୍କର ଅବଦାନ ରହିଛି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଗଜପତି ମହାରାଜା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.