ବଦଳିବ ଗଜପତିର ଅନାଥ ଶିଶୁର ଠିକଣା: ଜିଲ୍ଲା ପୋଷ୍ୟ ସନ୍ତାନ କେନ୍ଦ୍ରରୁ ସ୍ପେନ ଯିବେ ଭାଗ୍ୟଲକ୍ଷ୍ମୀ

ପାରଳାଖେମୁଣ୍ଡି (କେନ୍ୟୁଜ): ସ୍ପେନ୍‌ ଯିବେ ଭାଗ୍ୟଲକ୍ଷ୍ମୀ । ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଝିଅ ଭାଗ୍ୟଲକ୍ଷ୍ମୀ ସ୍ପେନ୍‌ ଯିବେ । ସ୍ପେନ୍‌ର ୫୦ ବର୍ଷୀୟ ଏକ ଅବିବାହିତ ମହିଳାଙ୍କୁ ହସ୍ତାନ୍ତର କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ୫ ବର୍ଷ ତଳେ ଶିଶୁ କନ୍ୟାଟିକୁ ମୋହନା ଅଞ୍ଚଳରୁ ଅସହାୟ ଅବସ୍ଥାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଏବଂ ଚାଇଲ୍‌ଡଲାଇନ୍‌ ଉଦ୍ଧାର କରିଥିଲା ।

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁକନ୍ୟାର ସମସ୍ତ ଯତ୍ନ ନେଉଥିଲା ଗଜପତି ଜିଲ୍ଲା ପ୍ରଶାସନ । ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟାଲରେ ଶିଶୁ ବିଷୟରେ ଅପଲୋଡ ଥିବା ଦେଖି ତାକୁ ଗ୍ରହଣ କରିବା ପାଇଁ ମହିଳା ଜଣଙ୍କ ସ୍ଥିର କରିଥିଲେ । ପରେ ଆବଶ୍ୟକ ଦସ୍ତାବିଜ ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଗଜପତି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ପରବର୍ତ୍ତି ମୂହୁର୍ତ୍ତରେ ସମସ୍ତ ଦସ୍ତାବିଜ କୁ ଜିଲ୍ଲାପାଳ ଯାଞ୍ଚ କରିବା ପରେ ଆଜି ଶିଶୁଟିକୁ ମହିଳାଙ୍କୁ ହସ୍ତାନ୍ତର କରାଯାଇଥିଲା । ଦିନେ ଅସହାୟ ହୋଇ ରାସ୍ତାକଡରୁ ଉଦ୍ଧାର ହୋଇଥିବା ଶିଶୁ ବିଦେଶ ଯିବ । ଆଉ ସେଠାରେ ନିଜର ନୂଆ ପରିଚୟ ସହ ଉତମ ଜୀବନ ଗଢିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.