ମାଲକାନଗିରି ଗଙ୍ଗା ମାଡ଼କାମୀ ହତ୍ୟା ମାମଲା : ୨ ମାଓବାଦୀ ଗିରଫ

Maoist arrestedମାଲକାନଗିରି: କାଲିମେଳା ଥାନା ସୁଧାକୋଣ୍ଡା ହତ୍ୟା ମାମଲାରେ ୨ ମାଓବାଦୀ ଗିରଫ । ଉଭୟଙ୍କୁ ମାଲକାନଗିରି ପୋଲିସ ଗିରଫ କରିଛି । ଗିରଫ ଦୁଇ ଜଣ ମାଓବାଦୀ କାଲିମେଳା ଏରିଆ କମିଟି ସଦସ୍ୟ ବୋଲି ଜଣାପଡିଛି । ଏ ନେଇ ମାଲକାନଗିରି ଏସ୍‌ପି ସୂଚନା ଦେଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ପୋଲିସ ଇନ୍‌ର୍ଫମର ସନ୍ଦେହରେ ଗଙ୍ଗା ମାଡ଼କାମୀଙ୍କୁ ଘରୁ ଡାକିନେଇ ଗଳାକାଟି ହତ୍ୟା କରିଥିଲେ ମାଓବାଦୀ । ପୂର୍ବରୁ ତାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଇଥିଲେ । ଘଟଣାରେ ସଂପୃକ୍ତ ଅନ୍ୟ ମାଓବାଦୀଙ୍କୁ ଗିରଫ ପାଇଁ ପୋଲିସ ପକ୍ଷରୁ ଅପରେସନ୍‌ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.