ଗୁଳିଫୁଟି ଗଂଜାମ ଗାଙ୍ଗପୁର ଥାନା IIC ମୃତ, କେମିତି ବାଜିଲା ଗୁଳି ଜଣାପଡିନାହିଁ

ଭଞ୍ଜନଗର  (କେନ୍ୟୁଜ): ଗଂଜାମ ଗାଙ୍ଗପୁର ଥାନା ଆଇଆଇସି ଦେବ କୁମାର ଗଙ୍ଗାମ ଗୁଳି ଫୁଟି ମୃତ । ଆଇଆଇସିଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆଇଆଇସିଙ୍କୁ ଗୁଳି ବାଜିବା ନେଇ ଗଂଜାମ ଏସପି କହିଛନ୍ତି।

ତେବେ ନିଜ ବନ୍ଧୁକରୁ ଗୁଳି ବାଜି ଆଇଆଇସିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ଦୁଇଟି ଗୁଳି ତାଙ୍କ ଅଣ୍ଟା ତଳେ ବାଜିଛି। ତେବେ କେଉଁ କାରଣରୁ ଗୁଳି ବାଜିଲା ତାହା ଜଣାପଡିନାହିଁ। ୪ ମାସ ହେଲା ଡ୍ୟୁଟିରେ ଜଏନ କରିଥିଲେ। ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ ବୋଲି ଏସପି କହିଛନ୍ତି। ତେବେ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଏସପି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.