ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ ଶହଶହ କୋଟି ଟଙ୍କା ସମ୍ପତ୍ତିର ମାଲିକ । କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ତା’ର ବିପୁଳ ସମ୍ପତି ରହିଛି । କୋଲକାତାରେ ଦେଢ଼କୋଟି ଟଙ୍କାର ଜମି, ବେଙ୍ଗାଲୁରୁରେ ରହିଛି ହୋଟେଲ ଓ ଡ୍ରେସ୍ ଦୋକାନ । ୧୫ରୁ ଅଧିକ ବିଳାସମୟ ଗାଡ଼ି ସାଙ୍ଗକୁ ୨୦୦ରୁ ଅଧିକ ଗାଡ଼ି । କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତ୍ସିଂହପୁରରେ ରହିଛି ୩୦ରୁ ଅଧିକ ବାଲିଘାଟ । ଟିଟୋର ଏସବୁ ତାଲିକା ମିଳିବା ପରେ ଆରମ୍ଭ ହୋଇଛି ଖୋଳତାଡ଼ । କେବଳ ବ୍ୟବସାୟ ନୁହେଁ, ଟିଟୋର ଅପରାଧିକ ରେକର୍ଡର ବି ଖୋଳତାଡ଼ ଚାଲିଛି ।
ସେପଟେ ଟିଟୋକୁ ରିମାଣ୍ଡରେ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି କମିଶନ୍ରେ୍ଟ ପୋଲିସ । କଟକ ଜଗତପୁରରେ ତାହିର ଅଲ୍ଲୀଙ୍କୁ ଗୁଳିମାଡ଼ ଘଟଣାରେ ଟିଟୋର ହାତ ରହିଛି । ତାକୁ ଅଧିକ ପଚରାଉଚରା ପାଇଁ ସାଲେପୁର କୋର୍ଟରେ ରିମାଣ୍ଡ ଆାବେଦନ କରିଛି କମିଶନରେଟ ପୋଲିସ । ଗତ ମାର୍ଚ୍ଚ ୨୮ତାରିଖରେ ତାହିର ଅଲ୍ଲୀଙ୍କ ଉପରକୁ ଗୁଳିମାଡ ହୋଇଥିଲା ।
ଟିଟୋ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନ ପାଇଁ ଏସ୍ଟିଏଫ୍ ରିମାଣ୍ଡରେ ଅଛି । ୧୩ ତାରିଖରେ ତାକୁ କେନ୍ଦ୍ରାପଡ଼ା କୋର୍ଟରେ ହାଜର କରାଯିବ । ଏହାପରେ ଟିଟୋକୁ ରିମାଣ୍ଡ ଆଣିବା ପାଇଁ କମିଶନ୍ରେଟ୍ ପୋଲିସ ଯୋଜନା କରିଛି ।