ରାୟଗଡ଼ାରୁ ରାଜସ୍ଥାନ, ୭୮ ଲକ୍ଷ ଟଙ୍କାର ଗଞ୍ଜେଇ ଚାଲାଣ ବେଳେ ହେଲା ଜବତ

ରାୟଗଡ଼ା (କେନ୍ୟୁଜ୍‌) : ରାୟଗଡ଼ାରୁ ରାଜସ୍ଥାନ ଗଞ୍ଜେଇ ଚାଲାଣ ବେଳେ ଜବତ । ୭୮୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୮ ଲକ୍ଷ ଟଙ୍କା ହେବ । ରାଜସ୍ଥାନର ଆଜମେରକୁ ଗଞ୍ଜେଇ ଚାଲାଣ ଯୋଜନା ହେଉଥିବା ବେଳେ ବିଶାଖାପାଟଣାରୁ ଫେରୋଆଲଏଜ୍‌ ନେଇ ଫେରୁଥିବା ଏକ ଟ୍ରକରେ ଗଞ୍ଜେଇ ଚାଲାଣ କରାଯାଉଥିଲା ।

ଏହି ଘଟଣାରେ ୬ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗଞ୍ଜେଇ ବେପାର ନେଇ ବିଭିନ୍ନ ସ୍ଥାନରେ ଚଢଉ ଓ ଗିରଫ କରାଯିବା ସତ୍ତ୍ୱେ ରାୟଗଡ଼ା ଜିଲ୍ଲାରେ ଚୋରା ଗଞ୍ଜେଇ ଚାଲାଣ ଥମୁନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.