ନୀଳ ଜହରର ପେଣ୍ଠସ୍ଥଳୀ ମାଲକାନଗିରି : ବିପୁଳ ପରିମାଣ ଗଞ୍ଜେଇ ଜବତ

ବଢୁଛି ଗଞ୍ଜେଇ ଚୋରା ଚାଲାଣ । ଆଜି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଅନୁଗୁଳ ଚାଲାଣ ବେଳେ ଜବତ ହୋଇଛି ପାଖାପାଖି ୫ କ୍ୱିଣ୍ଟାଲ ଗଞ୍ଜେଇ ।

ମାଲକାନଗିରି : ନୀଳ ଜହରର ପେଣ୍ଠସ୍ଥଳୀ ପାଲଟିଛି ମାଲକାନଗିରି ଜିଲ୍ଲା । ଗଞ୍ଜେଇ ଚୋରା ଚାଲାଣ ବଢୁଛି । ଆଜି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରୁ ଅନୁଗୁଳ ଚାଲାଣ ବେଳେ ଜବତ ହୋଇଛି ପାଖାପାଖି ୫ କ୍ୱିଣ୍ଟାଲ ଗଞ୍ଜେଇ । ୧୬ଟି ବସ୍ତାରେ ଏସବୁ ଚାଲଣ ହେଉଥିଲା । ମୁଦୁଲିପଡ଼ା ପୋଲିସ ଗାଡ଼ି ଚେକିଂ ସମୟରେ ଗଞ୍ଜେଇ ଚୋରା ଚାଉଳ ହେଉଥିବା ଜାଣିବାକୁ ପାଇଥିଲା । ବୋଲେରୋ ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ବୋଲେରୋକୁ ଜବତ କରିଛି ପୋଲିସ । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.