ଆତ୍ମା କହୁଛି ମୁଁ ମରିନି ମୋତେ ହତ୍ୟା କରାଯାଇଛି ! ଖାତାରେ ଲେଖୁଛି ହତ୍ୟା ରହସ୍ୟ

ବ୍ରହ୍ମପୁର (କେନ୍ୟୁଜ୍‌) : ପୁଣି ଏକ ଭିଡିଓ ଭାଇରାଲ । ଯେଉଁଥିରେ ପ୍ରେତାତ୍ମା ଜଣେ ଛୋଟ ପିଲାର ଦେହକୁ ଆସି ନିଜ ମୃତ୍ୟୁ ସମ୍ପର୍କରେ ବଖାଣୁଛି । ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ କରପଡ଼ା ପଞ୍ଚାୟତର ଦେଖାଳି ଗାଁରେ । ଏହି ଗାଁର ଲଡୁ ନାୟକଙ୍କ ଝିଅ ପ୍ରମୋଦିନୀ ନିଜ ମା ସହ ଚାଷ ଜମିକୁ ଯାଇଥିଲା । କାମ ସାରି ଫେରିବା ବେଳେ ପ୍ରମୋଦିନୀ ନଦୀକୁ ଯାଇଥିବା ବେଳେ ମା ଘରକୁ ଫେରୁଥିଲେ ।

ତେବେ ଏତିକିବେଳେ ଝିଅର ଚିତ୍କାର ଶୁଣି ମା ନଦୀ ନିକଟରେ ପହଞ୍ଚିଥିଲେ । ସେତେବେଳେ ପ୍ରମୋଦିନୀଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ତେବେ ପରିବାର ଲୋକେ ଏହାକୁ ହତ୍ୟା ବୋଲି ଅଭିଯୋଗ କରିଥିଲେ ।

କେ. ନୂଆଗାଁ ଥାନା ପୋଲିସ୍ ଘଟଣାର ତଦନ୍ତ ଚଳାଇଥିବା ବେଳେ ପ୍ରମୋଦିନୀଙ୍କ ସାନ ଭଉଣୀ ଦେହରେ ମୃତ ଯୁବତୀଙ୍କ ଆତ୍ମା ଆସି ତାକୁ ହତ୍ୟା କରାଯାଇଥିବା କହିଛି । ଏମିତିକି କେତେ ଜଣ ତାକୁ ମାରିଛନ୍ତି ସେ କଥା ଖାତାରେ ଲେଖୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ପୁଣି ପରିବାର ଲୋକଙ୍କର ପ୍ରଶ୍ନର ଉତ୍ତର ଦେଉଛି ଛୋଟ ପିଲାଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.