ଜାତି ଭେଦଭାବ ନେଇ ପ୍ରେମିକାକୁ ହତ୍ୟା କଲା ପ୍ରେମିକ ! ପରିବାର ଲୋକଙ୍କ ଥାନା ଘେରାଉ

କଣ୍ଟାବାଞ୍ଜି (କେନ୍ୟୁଜ୍‌) : ଏକଥା ସମସ୍ତେ ଜାଣନ୍ତି ପ୍ରେମ କେବେ ମାନେ ନାହିଁ ଜାତି ଅଜାତି । ହେଲେ ସେଇ ଜାତି ଅଜାତିର କଥାକୁ ନେଇ ପ୍ରେମିକ ହତ୍ୟା କରିଛି ନିଜ ପ୍ରେମିକାକୁ । ଯାହା ସହ ଝିଅଟି ଜୀବନ ବିତାଇବ ବୋଲି ଶପଥ ନେଇଥିଲା ତାରି ହାତରେ ପ୍ରାଣ ଯାଇଛି ।

ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ଖର୍ଲି ଗାଁରେ । ଜାତି ଭେଦଭାବ ଯୋଗୁ ହିଁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି । ସେପଟେ ଝିଅର ପରିବାର ଲୋକେ ନ୍ଯାୟ ଦାବିରେ ଥାନା ଘେରାଓ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ମୃତ ଝିଅଟି ନାବାଳିକା । ତାକୁ ମାରି ଜଙ୍ଗଲରେ ପକାଇ ଦିଆଯାଇଥିଲା । ଖର୍ଲି ଗାଁର ପ୍ରତାପ ଶବର ସହ ସେହି ଗାଁର ଭୁମିସୁତା ବୈସାଲଙ୍କର ପ୍ରେମ ସମ୍ପର୍କ ଥିଲା । ତେବେ ଗତ ୨୫ ତାରିଖ ସୋମବାର ଦିନ ନାବାଳିକା ଜଣକ ରାତିରୁ କୁଆଡେ ନିଖୋଜ ହୋଇଗଲେ । ପରିବାର ଲୋକ ବହୁତ ଖୋଜାଖୋଜି କରି ତୁରେକେଲା ଥାନାରେ ଅଭିଯୋଗ କଲେ । ପୋଲିସ ତଦନ୍ତ ଆରମ୍ଭ କରି ନାବାଳିକାର ପ୍ରେମିକ ପ୍ରତାପକୁ ଆଣି ଥାନାରେ ଅଟକ ରଖିଲା । ପ୍ରେମିକ ପୋଲିସର ଆଗରେ ସବୁ କିଛି ଓଗାଳି ଦେଲା । ଆଉ ଝିଅଟିର ମୃତଦେହ ପୋତି ଥିବା ସ୍ଥାନକୁ ପୋଲିସକୁ ନେଇ ଯାଇଥିଲା । ପୋଲିସ ସେଠାରୁ ମୃତ ଦେହ ଉଦ୍ଧାର କଲା ।

ଘଟଣାରୁ ଜଣାପଡ଼ିଛି ଯେ ତୁରେକେଲା ଥାନା ଅନ୍ତର୍ଗତ ଖର୍ଲି ଗାଁରେ ଥିବା ୩ କିମି ଦୂରରେ ମାଲମାଲ ପୋଲିସ । ଜଂଗଳ ଭିତରେ କଣ ଖୋଜୁଛି ପୋଲିସ । ଖବର ବିଜୁତି ବେଗରେ ପ୍ରଚାର ହେବା ପରେ ପ୍ରକୃତ କଥା ସାମ୍ନାକୁ ଆସିଲା । ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ । ଖର୍ଲି ଗାଁର ପ୍ରତାପ ଶବରଙ୍କ ସହ ସେହି ଗାଁର ନାବାଳିକା ଭୁମିସୁତା ବୈସାଲଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେ ଦୁହିଁଙ୍କୁ ଭଲ ପାଉଥିଲେ । ତେବେ ୨୫ ତାରିଖ ସୋମବାର ଦିନ ନାବାଳିକା ଜଣକ ରାତି ଘରୁ କୁଆଡେ ନିଖୋଜ ହୋଇଗଲେ । ପରିବାର ଲୋକ ବହୁତ ଖୋଜାଖୋଜି କରି ତୁରେକେଲା ଥାନାରେ ଅଭିଯୋଗ କଲେ । ପୋଲିସ ତଦନ୍ତ ଆରମ୍ଭ କରି ନାବାଳିକାର ପ୍ରେମିକ ପ୍ରତାପର ଖୋଜ ଖବର ବାହାର କରି ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କଲା । ପ୍ରେମିକ ପୋଲିସର ତଦନ୍ତ ଆଗରେ ସବୁ କିଛି ଓଗାଳି ଦେଲା । ଆହୁରି ମଧ୍ୟ ମୃତ ଦେହ ପୋତି ଥିବା ସ୍ଥାନ ପୋଲିସକୁ ନେଇ ଦେଖାଇଲା । ପୋଲିସ ସେଠାକୁ ଯାଇ ମୃତ ଦେହ ଉଦ୍ଧାର କଲା । ତେବେ ଜାତିଭେଦ ହିଁ ହତ୍ୟାର ମୂଳ କାରଣ ବୋଲି କୁହାଯାଇଛି ।

 

Leave A Reply

Your email address will not be published.