ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ

gold

ଭୁବନେଶ୍ୱର : ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ସୁନା ଜବତ । ଏକ କିଲୋ ସୁନା ଜବତ କରିଛି କଷ୍ଟମ୍ସ ବିଭାଗ । ବ୍ୟାଙ୍କକ ଓ ଦୁବାଇରୁ ଆସୁଥିବା ଦୁଇ ଜଣ ଯାତ୍ରୀଙ୍କୁଠାରୁ ଏସବୁ ଜବତ ହୋଇଛି । ଦୁହିଁଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ସ ବିଭାଗ । ଅଟକ ଦୁଇଯାତ୍ରୀଙ୍କ ମଧ୍ୟରେ ଜଣେ ଓଡିଆ ଥିବାରୁ ସୁନା ସ୍ମଗଲିଂରେ ଓଡ଼ିିଆ ଯାତ୍ରୀଙ୍କ ହାତ ଥିବା ପ୍ରମାଣ ମିଳିଛି । ଏହି ଓଡ଼ିଆ ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲା ବୋଲି ଜଣା ପଡିଛି । ସେ ଦେହରେ ଘୋଡେଇ ହୋଇ ବ୍ୟାଗ୍‌ ଜରିଆରେ ଆଣୁଥିଲେ ସୁନା । ଯାଞ୍ଚ ବେଳେ ଧରିଥିଲା କଷ୍ଟମ୍ସ ବିଭାଗ । ସେହିପରି ଦିଲ୍ଲୀର ଆଉ ଜଣେ ଯାତ୍ରୀଙ୍କଠାରୁ ବି ସୁନା ଜବତ କରାଯାଇଛି । ଉଭୟଙ୍କଠାରୁ ଜବତ ହୋଇଛି ଏକ କେଜି ସୁନା । ଯାହାର ମୂଲ୍ୟ ୩୧ଲକ୍ଷ ୫୫ ହଜାର ଟଙ୍କା ।

ତେବେ କାହା ପାଇଁ ସୁନା ଆଣୁଥିଲେ ? ପୂର୍ବରୁ କେତେ ଥର ବିଦେଶରୁ ସୁନା ଚୋରା ଚାଲଣ କରିଛନ୍ତି କି ? ଯଦି ହଁ, କେବେଠାରୁ ଗୋଲ୍ଟ ସ୍ମଗଲିଂରେ ସାମିଲ ଅଛନ୍ତି ? ଉଉୟଙ୍କୁ ଅଟକ ରଖି ପଚରାଉଚରା କରୁଛି କଷ୍ଟମ୍ସ ବିଭାଗ । ଚାଲାଣ ପାଇଁ କେତେ ଟଙ୍କା ନେଉଥିଲେ ? ଗତ ୧୦ଦିନ ଭିତରେ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ ହେବା ଏହା ପଞ୍ଚମ ଘଟଣା । ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନସେବା ଆରମ୍ଭ ହେବା ପରେ ବିଭିନ୍ନ ସମୟରେ ସୁନା ଚୋରା ଚାଲାଣ ଘଟଣାକୁ ସାମନାକୁ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.