ଦୁର୍ଗୋତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଚାଲିଛି ଗୁପ୍ତଗୁଣ୍ଡିଚା, ନାରାୟଣୀ ମନ୍ଦିରକୁ ମାଧବ ରୂପରେ ବିଜେ କରିଛନ୍ତି ମା ଲକ୍ଷ୍ମୀ ଓ ମହାପ୍ରଭୁ

ପୁରୀ(କେନ୍ୟୁଜ୍): ଶାରଦୀୟ ଦୁର୍ଗୋତ୍ସବ ଅବସରରେ ଶ୍ରୀକ୍ଷେତ୍ରରେ ଚାଲିଛି ମହାପ୍ରଭୁଙ୍କ ଗୁପ୍ତଗୁଣ୍ଡିଚା । ମାଆ ଲକ୍ଷ୍ମୀ ଓ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଧବ ରୂପରେ ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀ ମନ୍ଦିରକୁ ବିଜେ କରିଛନ୍ତି । ଏହି ନୀତିକୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।

ଆଶ୍ଵିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗାମାଧବ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ଦିନ ଏହି ନାରାୟଣୀ ମନ୍ଦିରକୁ ଆସନ୍ତି । ନନ୍ଦିଘୋଷ ରଥାକୃତି ବିମାନରେ ଆସିବା ସହ ମାଣ୍ଡୁଅ ଭୋଗ ଖାଇଥାନ୍ତି ମହାପଭୁ । ଏହି ୮ ଦିନ ଗୁପ୍ତଗୁଣ୍ଡିଚା ପାଳନ କରାଯିବାର ବିଧି ରହିଛି । ପରେ ଶ୍ରୀମନ୍ଦିରରେ ଚନ୍ଦନଲାଗି ବଢିବା ପରେ ଦୁର୍ଗାମାଧବ ପାଲିଙ୍କିରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.