ଗୁରୁପ୍ରିୟା ସେତୁର ଯାଞ୍ଚ ପ୍ରକ୍ରିୟା ଆରମ୍ଭ !

ମାଲାକାନଗିରି : ଜିଲ୍ଲାର ଲାଇଫ୍ ଲାଇନ୍ ଭାବେ ଜଣାଯାଇଥିବା ଗୁରୁପ୍ରିୟା ସେତୁର ଶେଷ ପର୍ୟ୍ୟାୟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି ।  ସି.ଆର.ଆର.ଆଇ ଟିମର ନିର୍ଦ୍ଦେଶରେ ବାକି ରହିଥିବା ଷ୍ଟିଲ ଗାର୍ଡର ଟେଷ୍ଟ ଚାଲିଛି। ୬ ଦିନ ପର୍ୟ୍ୟନ୍ତ ଏହି ଟେଷ୍ଟ ପ୍ରକ୍ରିୟା ଚାଲୁ ରହିବ । ୧୨୦ ଟନର ଲୋଡିଂ ଟେଷ୍ଟ କରାଯାଉଛି। ଏହି ଟେଷ୍ଟରେ ବହୁ ସେନ୍ସିଟିଭ ସେନ୍ସର ବ୍ୟବହାର କରାଯାଉଛି । ବ୍ୟାରିଂ ଟେଷ୍ଟ ମଧ୍ୟ ଚାଲିଛି । ୬ଟି ବ୍ୟାରିଂ ଉପରେ ୭୦୦ ଟନ୍ ଲୋଡ୍ ଟେଷ୍ଟ ଦିଆଯାଇଛି। ଏହା ଗୁରୁପ୍ରିୟା ସେତୁର ଶେଷ ଟେଷ୍ଟ ।ଏହି ଟେଷ୍ଟ ପରେ ସି.ଆର.ଆର.ଆଇକୁ ଫାଇନାଲ ରିପୋର୍ଟ ଦିଆଯିବ। ଏଥିପାଇଁ ୬ ଦିନ ପର୍ୟ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ କରାଯାଇଛି। ଏ ସଂପର୍କରେ ସୂଚନା ଦେଇଛନ୍ତି ଗୁରୁପ୍ରିୟା ସେତୁର ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଏନ୍.ସି. ପାଲ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.