ଗଣେଶ ପୂଜା ଲାଗି ଏକାମ୍ର ହାଟରେ ଆୟୋଜିତ ହେଲା ହସ୍ତତନ୍ତ ମେଳା ୨୦୨୨, ଉଦଘାଟନ କଲେ ବୟନ ଶିଳ୍ପ ମନ୍ତ୍ରୀ ରୀତା ସାହୁ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସରକାରଙ୍କ ହସ୍ତ ତନ୍ତ, ବୟନ ଶିଳ୍ପ ଓ ହସ୍ତ ତନ୍ତ ବିଭାଗ ଦ୍ଵାରା ଏ ବର୍ଷ ଗଣେଶ ପୂଜା ଲାଗି ସମ୍ବଲପୁର ବସ୍ତ୍ରାଳୟ ଦ୍ଵାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ୨୦୨୨ ଭୁବନେଶ୍ବର ସ୍ଥିତ ଏକାମ୍ର ହାଟ ଠାରେ ଆୟୋଜିତ ହୋଇଛି । ରାଜ୍ୟରେ ଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କର ଜଡିତ ବୁଣାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ଲୁଗାର ବିକ୍ରି ବୃଦ୍ଧି କରିବା ଏହାର ଲକ୍ଷ୍ୟ ରହିଛି ।

ଏହି ମେଳାକୁ ଉଦଘାଟନ କରିଥିଲେ ହସ୍ତତନ୍ତ ଓ ବୟନ ଶିଳ୍ପ ଏବଂ ହସ୍ତ ଶିଳ୍ପ ବିଭାଗ ମନ୍ତ୍ରୀ ରୀତା ସାହୁ । ତାଙ୍କ ସହିତ ଉପସ୍ଥିତ ଥିଲେ ବରଗଡର ସମ୍ବଲପୁରୀ ବସ୍ତ୍ରାଳୟର ବାଣିଜ୍ୟ ଅଧିକାରୀ ହେମନ୍ତ କୁମାର୍ ମିଶ୍ରଙ୍କ ସମେତ ବହୁ ଅଧିକାରୀ ।

 ଏହି ମେଳାରେ ସମ୍ୱଲପୁରୀ ବସ୍ତ୍ରାଳୟ ସହିତ ରାଜ୍ୟର ବରଗଡ଼, କଟକ, ସୋନପୁର, ଆଠଗଡ, ଢେଙ୍କାନାଳ,ବାରିପଦା, ଖୋର୍ଦ୍ଧା, ନୟାଗଡ଼, କଳାହାଣ୍ଡି, ବଲାଙ୍ଗୀର,ଓ ବୌଦ୍ଧ ବୟନ ମଣ୍ଡଳ ମାନଙ୍କରୁ ୫୫ ଗୋଟି ସମବାୟ ସମିତି ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସେମାନଙ୍କର ଉତ୍ପାଦିତ ଲୁଗାର ପ୍ରଦର୍ଶନୀ ଓ ବିକ୍ରୟ ପାଇଁ ଯୋଗ ଦାନ କରିଛନ୍ତି । ଏହି ସ୍ୱତନ୍ତ୍ର ମେଳା ଅଗଷ୍ଟ ୧୭ରୁ ଉଦଘାଟିତ ହୋଇଛି ଆସନ୍ତା ୩୧ଅଗଷ୍ଟ ଯାଏ ଏହା ଚାଲିବ ।

 

Leave A Reply

Your email address will not be published.