ଗଞ୍ଜାମ: କଣ୍ଟେଇପଲ୍ଲୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇପଲ୍ଲୀ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ଖୋର୍ଦ୍ଧା ଜିଲ୍ଲା ସାମନ୍ତରାପୁରର ଦେବରାଜ ଘଡ଼େଇ । ନିକଟସ୍ଥ ଗାଁର କିଛି ଲୋକ ଜଙ୍ଗଲ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଏକ ଗଛରେ ଯୁବକଙ୍କ ମୃତଦେହ ଝୁଲି ରହିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ମୃତକଙ୍କ ମୋଟରସାଇକେଲ, ହେଲମେଟ, ମନିପର୍ସ ଓ ମୋବାଇଲ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳେର ପହଞ୍ଚି ତଦନ୍ତ ଚଳାଇଛି । ମୃତ ଯୁବକ ଜଣକ ଆସିକାରେ ରହି ଏକ ଔଷଧ କମ୍ପାନୀରେ କାମ କରୁଥିଲେ । ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଏହା ଆତ୍ମହତ୍ୟା ବୋଲି ପ୍ରାଥମିକ ଅନୁସନ୍ଧାନରୁ ପୋଲିସ ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.