ଅସହ୍ୟ ହେଲା ଘରୋଇ ଆଇଟିଆଇ କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯାତନା : ରାତିରେ ଚାଲିଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ଛାତ୍ର

ମୟୂରଭଞ୍ଜ (କେନ୍ୟୁଜ): ଛାତ୍ରଙ୍କୁ ବାଡେଇ ଚାଲିଛନ୍ତି ଜଣେ ବ୍ୟକ୍ତି। ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ନିସ୍ତୁକ ମାଡ ମାରୁଛନ୍ତୁ ଏହି ବ୍ୟକ୍ତି ଜଣକ। ମାଡ ଖାଉଥିବା ଯୁବକ ଜଣକ ଜଣେ ଆଇଟିଆଇ ଛାତ୍ର, ଆଉ ମାଡ ମାରୁଥିବା ବ୍ୟକ୍ତି ଜଣକ ସେହି ଅନୁଷ୍ଠାନର ଅଧ୍ୟକ୍ଷଙ୍କ ଭାଇ। ଭାଇରାଲ ହେଉଥିବା ଏ ଘଟଣାଟି ହେଉଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ରୀତାୟନି ଆଇଟିଆଇ କଲେଜର। ଅଭିଯୋଗ ଅନୁସାରେ ଏଠାରେ ଇଲେକ୍ଟିସିଆନ ଟ୍ରେଡ଼ ପିଲାଙ୍କ ଆଡିମିଟ କାର୍ଡ ଆସିବା ବଦଳରେ ଫିଟର ଟ୍ରେଡ଼ ଆଡିମିଟକାର୍ଡ ଆସିଥିବା ବେଳେ ଫିଟର ଟ୍ରେଡ଼ ପିଲାଙ୍କପାଇଁ ଇଲେକ୍ଟିସିଆନର ଆଡିମିଟି କାର୍ଡ ଆସିଥିଲା।

ଏନେଇ ଛାତ୍ରମାନେ କଲେଜ ପ୍ରିନସିପାଲ ଙ୍କୁ ଅଭିଯୋଗ କରିଥିଲେ। ହେଲେ ଛାତ୍ରମାନଙ୍କ ସମସ୍ୟା ସମାଧାନ ବଦଳରେ ସେମାନଙ୍କୁ ପରୀକ୍ଷା ଦେବାକୁ ବାଧ୍ୟ କରାଯାଇଥିଲା। ହେଲେ ଭୂଲ ଆଡିମିଟ କାର୍ଡ ରେ ପରୀକ୍ଷା ଦେବାକୁ ରାଜି ହୋଇନଥିଲେ ଛାତ୍ର ମାନେ। ସମସ୍ୟାକୁ ସମାଧାନ କରିବା ଦାବିରେ କଲେଜର ଗେଟ ବନ୍ଦ କରି ଛାତ୍ର ମାନେ ଧାରଣା ଦେଇଥିଲେ। ତେବେ ଏ ନେଇ ପ୍ରିନସିପାଲଙ୍କ ସାନ ଭାଇ ଦିବ୍ୟଲୋଚନ ବାରିକ ଜଣେ ଛାତ୍ରଙ୍କୁ ମାଡ଼ ମାରିଥିବା ସହିତ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରମାନେ। ସେତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା ଶେଷରେ ଛାତ୍ର ମାନଙ୍କୁ ହଷ୍ଟେଲରୁ ଟିସି ଦେଇ ବଳ ପୂର୍ବକ ବିଦା କରିଦେଇଛନ୍ତି ଅନୁଷ୍ଠାନ ର କର୍ମକର୍ତ୍ତା। ଶେଷରେ ଅନ୍ୟ ଉପାୟ ନ ପାଇ ଛାତ୍ରମାନେ ରାତିରେ ଚାଲି ଚାଲି ବାରିପଦା ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଂଚିଛନ୍ତି। ପ୍ରିନ୍ସପାଲ ଏବଂ ତାଙ୍କ ସାନ ଭାଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀ କୁ ୨୪ ଘଣ୍ଟା ଭିତରେ ଗିରଫ କରିବାକୁ ଦାବୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.