ରାଉରକେଲାରେ ଏନକାଉଣ୍ଟର: ହାର୍ଡକୋର ଅପରାଧୀ ଆହତ, ଗୋଟିଏ AK-47, ପିସ୍ତଲ ଓ କାର୍‌ ଜବତ

ରାଉରକେଲା(କେନ୍ୟୁଜ): ରାଉରକେଲାରେ ଏନକାଉଣ୍ଟର । ଚାନ୍ଦିପୋଷ ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ହାର୍ଡକୋର ଅପରାଧୀ ଆହତ । ଚାନ୍ଦିପୋଷ ଅଞ୍ଚଳରେ ଦୁଇ ହାର୍ଡକୋର କ୍ରିମିନାଲଙ୍କ ଗତିବିଧି ସଂପର୍କରେ ସୂଚନା ପାଇ ପୋଲିସ ସହ ସ୍ପେଶାଲ ସ୍କ୍ଵାଡ ପହଞ୍ଚିଥିଲେ ।

ଏନକାଉଣ୍ଟରେ ଆହତ ଅପରାଧୀକୁ ଚିକିତ୍ସା ପାଇଁ ରାଉରକେଲା ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ AK-47 ସହ ଗୋଟିଏ ପିସ୍ତଲ ଓ କାର୍‌ ଜବତ କରାଯାଇଛି ।

Leave A Reply

Your email address will not be published.