ଆନ୍ଧ୍ର ମାଛକୁ ଡର : ଫର୍ମାଲିନ୍ ଅଂଶ ଥିବା ଖବର ପରେ ପରୀକ୍ଷା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ଆସୁଥିବା ମାଛର ହେବ ପରୀକ୍ଷା । ସେଥିରେ ଫର୍ମାଲିନ ଅଂଶ ଅଛି କି ନାହିଁ ତାହା ପରୀକ୍ଷା କରାଯିବ । କ୍ୟାନସର ରୋଗର ଅନ୍ୟତମ କାରଣ ଫର୍ମାଲିନ । ତେଣୁ ସରକାର ସତର୍କ ହୋଇଛନ୍ତି । ପ୍ରତିଦିନ ଶହଶହ ଟନ୍‌ ମାଛ ଆନ୍ଧ୍ରରୁ ଓଡ଼ିଶାକୁ ଆସେ । ତେଣୁ ମାଛର ପରୀକ୍ଷା ପାଇଁ ପଠାଇବାକୁ ମତ୍ସ୍ୟ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଧ୍ର ସହ ଅନ୍ୟ ରାଜ୍ୟରୁ ଆମଦାନୀ ହେଉଥିବା ମାଛ ଉପରେ ଗତକାଲିଠାରୁ ୧୦ ଦିନିଆ ବ୍ୟାନ ଲଗାଇଛି ଆସାମ । ମାଛରେ ଫର୍ମାଲିନ ଅଂଶ ଥିବାରୁ ଆସାମ ସରକାର ଏ ପଦକ୍ଷେପ ନେଇଛନ୍ତି । ସେହିପରି କେରଳର ମାଛ ବ୍ୟବସାୟୀ ମଧ୍ୟ ଆନ୍ଧ୍ରରୁ ମାଛ ଆମଦାନୀ ବନ୍ଦ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.