ଶିମିଳିପାଳ ଅଭୟାରଣ୍ୟରେ ତୁହାକୁ ତୁହା ବର୍ଷା, ପଡାଡିହାରେ ସର୍ବାଧିକ ୧୦୪.୧୪ ମିଲିମିଟର ରେକର୍ଡ

ବାରିପଦା(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ ଜିଲ୍ଲା । ଗତକାଲିଠାରୁ ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ବିଶେଷ କରି ଶିମିଳିପାଳ ଅଭୟାରଣ୍ୟରେ ତୁହାକୁ ତୁହା ବର୍ଷା ହେଉଛି । ଶିମିଳିପାଳର ପଡାଡିହାରେ ସର୍ବାଧିକ ୧୦୪.୧୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଡୁକୁରାରେ ୯୩.୪୭୨ ମିିଲିମିଟର, ଭଞ୍ଜବସାରେ ୮୨.୫୫ ମିଲିମିଟର, କୁଳିପାଳରେ ୭୮.୭୪ ମିଲିମିଟର ବର୍ଷା ହୋଇଛି । ଶିମିଳିପାଳରୁ ବାହାରିଥିବା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବର୍ଷାକୁ ଦୃଷ୍ଟିରେ ରଖି କରଞ୍ଜିଆ ହାତୀବାରି ଠାରେ ଥିବା ଦେଓ ବନ୍ଧରୁ ଗୋଟିଏ ଗେଟ ଖୋଲାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.