ରାଜ୍ୟରେ ତୁହାକୁ ତୁହା ବର୍ଷା: ୯ ଯାଏ ବର୍ଷିବ ବୋଲି ପାଣିପାଗ ବିଭାଗର ସୂଚନା

କେନ୍ୟୁଜ୍(ବ୍ୟରୋ): ରାଜ୍ୟରେ ତୁହାକୁ ତୁହା ବର୍ଷା। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଭାଗରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ସେହିପରି ଗତକାଲି ଆନ୍ଧ୍ର ପ୍ରଦେଶ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ଘୂର୍ଣ୍ଣିବଳୟ ବର୍ତ୍ତମାନ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସକ୍ରିୟ ରହିଛି। ଏହି ଘୂର୍ଣ୍ଣିବଳୟ ସହ ଏକ ଟ୍ରଫ୍‌ ଲାଇନ ମଧ୍ୟ ଆନ୍ଧ୍ର ପ୍ରଦେଶ ଠାରୁ କେନ୍ଦ୍ରୀୟ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଛି। ଏହା ସହ ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ।

ପାଣିପାଗର ୩ଟି ନିୟାମକ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ୯ତାରିଖ ଯାଏ ଏଭଳି ପାଗ ଲାଗି ରହିବ। ପ୍ରବଳ ବର୍ଷା ପାଇଁ ଆଜି ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୯ତାରିଖରେ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡା ସହ ପୁରୀ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୪୮ ଘଣ୍ଟା ପରେ ପାଗରେ ହେବ ପରିବର୍ତ୍ତନ । ଗତକାଲି ରାତିରୁ ଟ୍ଵିନ୍‌ସିଟିରେ ତୁହାକୁ ତୁହା ବର୍ଷା ହେଉଛି।

Leave A Reply

Your email address will not be published.