୧୭ରୁ ପୁଣି ବଡ଼ ବର୍ଷା: ୧୮ ବେଳକୁ ପ୍ରବଳ କାଚିବ, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର(କେନ୍ୟୁଜ୍): ୧୭ରୁ ପୁଣି ବଡ଼ ବର୍ଷା। ୧୮ରୁ ବଢିବ ବର୍ଷାର ପରିମାଣ। ୧୮ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏଥିପାଇଁ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଉପକୂଳ ସହ ଉତ୍ତର ଓ ପଶ୍ଚିମରେ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି।

ଏପଟେ ସକ୍ରିୟ ରହିଛି ଅବପାତ । ସକ୍ରିୟ ଅବପାତ ଘଣ୍ଟାପ୍ରତି ୩୪ କିଲୋମିଟର ବେଗରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ବର୍ତ୍ତମାନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ପାର୍ଶ୍ୱବର୍ତ୍ତୀ ଉତ୍ତର ଛତିଶଗଡ଼ ଏବଂ ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି । ଏହା ଝାରସୁଗୁଡ଼ାଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ପାଖାପାଖି ୩୦ କିଲୋମିଟର ଦୂରରେ କେନ୍ଦ୍ରୀଭୁତ ହୋଇଛି । ଅବପାତ ଛତିଶଗଡ଼ ଆଡ଼କୁ ମୁହାଁଉଥିବାରୁ ବର୍ଷାର ପ୍ରଭାବ କମିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.