ଆଜି ଓ କାଲି ଦୁଇ ଦିନ ବର୍ଷାରୁ ନିସ୍ତାର ନାହିଁ: ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍): ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଚାଲିଛି । ଆଜି ଓ କାଲି ଦୁଇ ଦିନ ବର୍ଷାରୁ ନିସ୍ତାର ନାହିଁ । ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣଂ ଜାରି ହୋଇଛି ।

ଏହି ୯ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀକୁ ଅରେଞ୍ଜ ଓ୍ଵାର୍ଣ୍ଣଂ ଦେଇଛି ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାର କିଛି ସ୍ଥାନରେ ୭ରୁ ୨୦ ସେଣ୍ଟିମିଟର ଯାଏ ବର୍ଷା ସମ୍ଭାବନା ରହିଛି । ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ କଲମା ବ୍ୟାରେଜରୁ ଅନେକ ଗେଟ ଖୋଲାଯାଇଛି । ଫଳରେ ବଢୁଛି ହୀରାକୁଦ ଡ୍ୟାମ୍‌ ଜଳସ୍ତର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.