କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢାଉଛନ୍ତି ୨୩ ଟିକିଆ ହାତୀପଲ, କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ କେତେବେଳେ ଘର ଭାଙ୍ଗୁଛନ୍ତି

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢ଼େଇ ଦେଇଛି ୨୩ ଟିକିଆ ହାତୀପଲ । କେତେ ବେଳେ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ବେଳେ ଘର ଭାଙ୍ଗୁଛନ୍ତି ୨୩ଟିକିଆ ହାତୀପଲ । ଏବେ କରଞ୍ଜିଆ ଉପଖଣ୍ଡ ରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କୁ ବର୍ଷରେ ଅନେକ ଥର ଝାରଖଣ୍ଡ ରାଜ୍ୟରୁ ହାତୀ ଆସିଥାନ୍ତି। କେତେବେଳେ ଘର ନଷ୍ଟ କରୁଛନ୍ତି ତ ଆଉ କେତେ ବେଳେ ଜୀବନ ଯାଉଛୁ ।

ତିନିମାସ ହେବ ୨୩ଟି ହାତୀପଲ ଆସିବା ଯୋଗୁଁ ୭୦ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଲାଣି । ୪ ଟି ବ୍ଳକର ୧୦୦ ରୁ ଉର୍ଦ୍ଧ୍ବ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀ ଉପଦ୍ରବ ଯୋଗୁଁ ଗ୍ରାମବାସୀ ଅତିଷ୍ଠ ହେଇଗଲେଣି । ହାତୀ ପଲ ଆସିଯିବା ଯୋଗୁଁ ଲେକମାନେ ରାତିରେ ନସୋଇ ଘର ସମୁଖରେ ଜଗି ରହୁଛନ୍ତି । । ଏବେ କରଞ୍ଜିଆ ଉପଖଣ୍ଡ ରେ ଧାନ ଚାଷ ଏବଂ ବୋଇତାଳୁ ଚାଷ ପ୍ରବଳ ହେଇଥିବାରୁ ହାତୀପଲ ଖାଇବା ସହିତ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି ହାତୀପଲ ।

ପ୍ରତେକ ଦିନ ଏକର ଏକର ଚାଷ ଜମି ଫସଲ ନଷ୍ଟ କରିବା ସହିତ ଖାଇ ଦେଉଛନ୍ତି ହାତୀପଲ । ଆଜି ହାତୀପଲ କରଞ୍ଜିଆ ରେଞ୍ଜ ଅଞ୍ଚଳରେ ବଡ଼ ଦେଉଳି ରେ ୨୨ ଟି ହାତିଥିବା ବେଳେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ହାଣ୍ଡି ଫୁଟାରେ ୩ ଟି ହାତୀ ଥିବାର ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି କରଞ୍ଜିଆ, ଦୁଧିଆଣି, ଠାକୁରମୁଣ୍ଡା, ସାତକୋଶିଆ ରେଞ୍ଜ ରୁ ବନ ବିଭାଗ କର୍ମଚାରୀ ସାମିଲ ହେଇ ହାତୀ ଗୋଡେଇବା କୁ ଉଦ୍ୟମ କରିବେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.