ଉପରମୁଣ୍ଡରେ ଲଗାଣ ବର୍ଷା ପରେ ଫୁଲିଛି ମହାନଦୀ: ହୀରାକୁଦର ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର(କେନ୍ୟୁଜ୍): ଉପରମୁଣ୍ଡରେ ଲଗାଣ ବର୍ଷା ପରେ ଫୁଲିଛି ମହାନଦୀ । ହୀରାକୁଦର ଖୋଲିଲା ଆଉ ୪ ଗେଟ୍‌ । ମୋଟ ୨୪ଟି ଗେଟ୍‌ ଦେଇ ଏବେ ନିଷ୍କାସିତ ହେଉଛି ବନ୍ୟା ପାଣି । ବାମପାର୍ଶ୍ୱରୁ ୧୬ଟି ଗେଟ୍‌ ଖୋଲାଯାଇଥିବାବେଳେ ଡାହାଣ ପାର୍ଶ୍ୱରୁ ୮ଟି ଗେଟ୍‌ ଖୋଲାଯାଇଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୬.୭୩ ଫୁଟ୍‌ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୪ ଲକ୍ଷ ୩୯ ହଜାର ୩୩୩ କ୍ୟୁସେକ ଜଳ ପ୍ରବେଶ କରୁଛି ।

ସେହିପରି ଜଳଭଣ୍ଡାରରୁ ୩ଲକ୍ଷ ୪୮ ହଜାର ୭୬୦ କ୍ୟୁସେକ ଜଳ ନିଷ୍କାସନ ହେଉଛି। ସମସ୍ତ ଦିଗକୁ ତଦାରଖ କରୁଛି ପ୍ରଶାସନ । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ପଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.