ଭୁବନେଶ୍ୱରରୁ ହୀରାକୁଦକୁ ଆରମ୍ଭ ହେବ ସି-ପ୍ଲେନ୍ ସେବା

hirakud seaମ୍ବଲପୁର: ଖୁବଶୀଘ୍ର ଆରମ୍ଭ ହୋଇପାରେ ହୀରାକୁଦ ଜଳଭଣ୍ଡାରରେ ସି-ପ୍ଲେନ୍ ସେବା। ଏଥିପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ନିଳ ଜଳ ରାଶିରେ ଅବତରଣ କରିବ ଏହି ସେବା। ସରକାର ଏହି ପ୍ରକଳ୍ପକୁ ଅନୁମୋଦନ କଲେ, ଭୁବନେଶ୍ୱରରୁ ହୀରାକୁଦକୁ ସି-ପ୍ଲେନ୍ ସେବା ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତ କରିଛି ସ୍ପାଇସ୍ ଜେଟ୍ କମ୍ପାନୀ। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ପର୍ୟ୍ୟଟନର ବିକାଶ ହେବାସହ ବିଦେଶୀ ପର୍ୟ୍ୟଟକଙ୍କ ମଧ୍ୟ ସଂଖ୍ୟା ବଢ଼ିବ ବୋଲି ଆଶା ରଖାଯାଇଛି। ଏହାସହ ଆଖପାଖରେ ଥିବା ଶିଳ୍ପାନୁଷ୍ଠାନ ଓ ଶିକ୍ଷା ତଥା ବୈଷୟିକ ଅନୁଷ୍ଠାନଗୁଡ଼ିକ ମଧ୍ୟ ଉପକୃତ ହୋଇପାରିବେ ବୋଲି ଆଶା ରହିଛି। ସି-ପ୍ଲେନ୍ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିବା ପରେ ସମ୍ବଲପୁରବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.