ପୂର୍ବ ଶତ୍ରୁତାକୁ ନେଇ ଗୃହରକ୍ଷୀକୁ ଯୋଜନାବଦ୍ଧ ଭାବେ ଆକ୍ରମଣ, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

କଳାହାଣ୍ଡି ( କେ ନ୍ୟୁଜ ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଶୁକୁନିମୁଣ୍ଡା ଗାଁରେ ପୂର୍ବ ଶତ୍ରୁତା କୁ ନେଇ ଗୃହରକ୍ଷୀକୁ ଆକ୍ରମଣ । ଗୋଲାମୁଣ୍ଡା ଥାନାରେ କାର୍ଯ୍ୟରତ ଗୃହରକ୍ଷୀ ଗରିବ ନାଏକକୁ ସେହି ଗାଁର ରାମଚନ୍ଦ୍ର ନାଏକ ଓ ହିମାଂଶୁ ନାଏକ ବାପ ପୁଅ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମେଡିକାଲ୍କୁ ନିଆଯାଇଥିଲା। ହେଲେ ସେଠାରେ ଗୃହରକ୍ଷୀ ଙ୍କ ମୃତ୍ୟୁ ହୋଇଥିଲା ।

photo 1

ସୂଚନାଯୋଗ୍ୟ, ପୂର୍ବରୁ ଶ୍ରମିକ ଚାଲାଣକୁ ନେଇ ଉଭୟ ପକ୍ଷରୁ ବିଭିନ୍ନ ସମୟରେ ଗଣ୍ଡଗୋଳ ଲାଗି ରହିଥିବା ବେଳେ ଗତକାଲି ରାତିରେ ଗୋଲାମୁଣ୍ଡା ଥାନାକୁ ଡ୍ୟୁଟି ପାଇଁ ଯାଉଥିବା ସମୟରେ ବାପ ପୁଅ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପଟେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.